ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିଶାଳ ରୋଡ ସୋ

୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳି :-> ରାସ୍ତାର ଦୁଇପାର୍ଶ୍ୱରେ ଭବ୍ୟ ସମ୍ୱର୍ଦ୍ଧନା ଦେଲେ ଜନତା ବିରୋଧୀଦଳ ବିଜେପି ଉପରେ କଲେ ପ୍ରଚଣ୍ଡ ଆକ୍ରମଣ, କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଉତ୍ତର ଦେଇପାରିବେ ନାହିଁ, ଦମ୍‍ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ, ଦେଖିବେ ୧୦ ପ୍ରତିଶତ ଭୋଟ ବି ପାଇବେ ନାହିଁ ଦଶବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବାପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଦଳର ମଧ୍ୟ ତାଙ୍କ ଉପରେ ଆସ୍ଥା ନାହିଁ, ତା’ହେଲେ ଲୋକ କେମିତି ଆସ୍ଥା ରଖିବେ ? ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କହୁଛନ୍ତି ଯେ ଜୁନ ୪ରେ ଗଣତି ସରିବା ପରେ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ନା ବିଜେପିର ହାଇକମାଣ୍ଡ ? ଜାତୀୟ ଦଳ ମାନେ ହାଇକମାଣ୍ଡ ଉପରେ ନିର୍ଭରଶୀଳ, ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହେଲେ,ସେମାନେ ଓଡ଼ିଶାବାସୀଙ୍କ ପ୍ରତି ନୁହେଁ, ବରଂ ହାଇକମାଣ୍ଡ ପ୍ରତି ଉତ୍ତରଦାୟୀ ରହିବେ, ସେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲରେ ଚାଲିବେ, କିନ୍ତୁ ଆମ ନବୀନବାବୁ ଆପଣମାନଙ୍କ ପାଖରେ ଉତ୍ତରଦାୟୀ, ତାଙ୍କ ରିମୋଟ ୪.୫୦ କୋଟି ଓଡ଼ିଶାବାସୀଙ୍କ ପାଖରେ ଅଛି ମହାବାତ୍ୟା ସମୟରେ କଂଗ୍ରେସ ହାଇକମାଣ୍ଡକୁ ଅପେକ୍ଷା କରି ଓଡ଼ିଶାରେ କଣ ଘଟିଲା ସମସ୍ତେ ଜାଣନ୍ତି ବିଜେପି ଯଦି ଶାସନକୁ ଆସେ, ତାହେଲେ ଓଡ଼ିଶା ୨୫ ବର୍ଷ ପଛକୁ ପଳେଇବ ଆଗରୁ କଂଗ୍ରେସ ଦଳ ବି ଥିଲା, ବନ୍ୟା, ବାତ୍ୟା ସବୁଥିରେ କେନ୍ଦ୍ରକୁ ପଚାରିବେ, ତେଣୁ କିଛି କାମ ହୋଇପାରେନି ମୁଖ୍ୟମନ୍ତ୍ରୀଙ୍କୁ ଆପଣ କେତେ ଭଲ ପାଆନ୍ତି, ଏତେ ସକାଳୁ ଏତେ ବଡ଼ ସମାବେଶ ଦେଖି ଜଣାପଡ଼ୁଛି,ଆପଣଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ହସ ଫୁଟେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି କି ? ଉଚ୍ଛ୍ୱସିତ ସ୍ୱରରେ ସମବେତ ଜନତା ଜଣାଇଲେ ସମ୍ମତି, ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି, ୫ ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ ଆପଣମାନଙ୍କର ଗୋଟିଏ ଗୋଟିଏ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ଶକ୍ତି ଦେବ ଆରମ୍ଭରେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରରେ ବାବାଙ୍କ ଦର୍ଶନ କଲେ, ଆଶୀର୍ବାଦ ନେଲେ ଖଲ୍ଲିକୋଟରେ ରାଣୀମା’ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି, ରାଣୀମା ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ରାଣୀମା’ଙ୍କୁ ବହୁତ ସମ୍ମାନ କରନ୍ତି, ରାଣୀମା ମୋ ପାଇଁ, ଆମ ସମସ୍ତଙ୍କ ପାଇଁ ପ୍ରେରଣା.

Exit mobile version