ଦୁଇ ଚୋର ଗିରଫ ହେବା ସହ ୨ ଟି ବାଇକ୍ ଜବତ କଲା ବଳଙ୍ଗା ପୋଲିସ୍

୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ବାଇକ୍ ଚୋରି ଘଟଣା ରେ ବଳଙ୍ଗା ଥାନାରେ ଏକ କେସ୍ ରୁଜୁ ହୋଇଥିଲା,କେସ୍ କୁ ଭିତ୍ତିକରି ବଳଙ୍ଗା ପୋଲିସ୍ ଚଢ଼ାଉ କରି ଦୁଇ ଚୋରକୁ ଗିରଫ କରିବା ସହିତ ଦୁଇଟି ବାଇକ୍ କୁ ଜବତ୍ କରିଛି। ସୂଚନା ମୁତାବକ, ପଦ୍ମପୁର ଖୁଦୁପୁର ଗ୍ରାମର ସୁବାଷ ଚନ୍ଦ୍ର ଭୋଇ ଗତମାସ ୧୪ ତାରିଖରେ ନିଜର ମଟର ସାଇକେଲ ନଂ OD-13-M-2508 ନେଇ ମେଳଣ ଦେଖିବାକୁ ମହୁରା ପାଣି ଛତ୍ର ପଡିଆକୁ ଯାଇ ସେଠାରେ ଏକ ସ୍ଥାନରେ ବାଇକ୍ ରଖିଥିଲେ। କିଛି ସମୟପରେ ଆସି ଦେଖନ୍ତି ତାଙ୍କର ବାଇକ୍ ଟି ସେଠାରେ ନାହିଁ ।

ଏହାକୁ ନେଇ ସେ ବଳଙ୍ଗା ଥାନାରେ କେସ୍ କରିଥିଲେ କେସ୍ ନଂ ୧୨୯/୨୦୨୪ ରେ ମାମଲା ରୁଜୁ ବଳଙ୍ଗା ଥାନା ଅଧିକାରୀ ଶ୍ରୀ ଦିବ୍ୟରଞ୍ଜନ ପଣ୍ଡା ଙ୍କ ନେତୃତ୍ବରେ ଏକ ଟିମ୍ ଏହାର ତଦନ୍ତ କରୁଥିବା ବେଳେ,ବରିମୁଣ୍ଡା ଗ୍ରାମର ସୁମନ୍ତ ମହାରଣା ଓ ଜିତନ୍ ରାୟଙ୍କୁ ବିକ୍ରି ପାଇଁ ଡିଲ୍ କରାଯାଉଛି ବୋଲିି କୈାଣସି ସୂତ୍ରରୁ ଖବର ପାଇ ବଳଙ୍ଗା ଥାନା ଅଧିକାରୀ ଶ୍ରୀ ଦିବ୍ୟରଞ୍ଜନ ପଣ୍ଡା ସଙ୍ଗେ ସଙ୍ଗେ କୋଲହଣା ଛକରେ ମାଡି ବସିଥିଲେ।ପରେ ଦୁଇ ବାଇକ୍ ଚୋରଙ୍କୁ ଶ୍ରୀ ପଣ୍ଡା ଗିରଫ କରି ନିମାପଡ଼ା ଜୁଡିସିଆଲ କୋର୍ଟରେ ହାଜର କରିବା ପରେ କୋର୍ଟ ଉପ କାରାଗାରକୁ ପଠାଇଥିବା ଜାଣିବାକୁ ମିଳିଛି।

Exit mobile version