ସିଦ୍ଧାର୍ଥ ଟିଭିର ରିଆଲିଟି ଶୋ”ରେ ଭାଗ ନେଇ ନିଆଳି ଅଞ୍ଚଳ ପାଇଁ ଗୌରବ ଆଣିଲେ ସୌମ୍ଯା

୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଲକ ଅଞ୍ଚଳର ଅଭୟ କୁମାର ମହାନ୍ତି, ତଥା ପ୍ରିୟମ୍ବଦା ମହାନ୍ତି ଙ୍କର ସୁକନ୍ୟା ସୌମ୍ଯା ସୁମନ ମହାନ୍ତି ସିଦ୍ଧାର୍ଥ ଟିଭିର “ଶୋ” ରେ ଭାଗ ନେଇ ଓଡ଼ିଶାରେ ୨ୟ ସ୍ଥାନ ଅଧିକାର କରି ନିଆଳି ଅଞ୍ଚଳ ପାଇଁ ଆଣିଛନ୍ତି ସୁନାମ ଆଉ ଗର୍ବ ଗୌରବ । ସିଦ୍ଧାର୍ଥ ଟିଭିର ନିଆରା ରିଆଲିଟି ସୋ ରେ ଟିକେ ଡ୍ୟାନ୍ସ ଟିକେ ଆକ୍ଟିଙ୍ଗ୍ ର ତୃତୀୟ ସଂସ୍କରଣରେ ଭାଗ ନେଇ ଦିତୀୟ ସ୍ଥାନ ଅଧିକାର କରିଛନ୍ତି ନିଆଳିର ସୁନା ଝିଅ ସୌମ୍ଯା ସୁମନ ମହାନ୍ତି ଏହି କାର୍ଯ୍ୟକ୍ରମ କଟକ ଚାଉଳିଆଗଞ୍ଜ ଲକ୍ଷ୍ମୀ ମଣ୍ଡପରେ ଅନୁଷ୍ଠିତ ହେଇଥିବା ବେଳେ ଏଥିରେ ସିଦ୍ଧାର୍ଥ ଟିଭିର ପରିଚାଳକ ସୀତାରାମ ଅଗରୱାଲ୍,ନମିତା ଅଗରୱାଲ ଙ୍କ ସମେତ ମଞ୍ଚ ପରିଚାଳନା ଦାୟିତ୍ବରେ ଥିବା ହାସ୍ୟ ଅଭିନେତା ହରିହର ମହାପାତ୍ର,

ନିର୍ଦ୍ଦେଶକ ଚଣ୍ଡୀ ପରିଜା, ଅଭିନେତା ଦିପକ୍ ,ଅଭିନେତ୍ରୀ ସିତଲ୍ ଉପସ୍ଥିତ ରହି ଟ୍ରଫି ପ୍ରଦାନ କରିବା ସହିତ କୃତି ପତିଯୋଗୀ ମାନଙ୍କୁ ଅର୍ଥ ରାଶି ପ୍ରଦାନ କରିଥିଲେ ପିଲାଟି ଦିନରୁ ସୌମ୍ଯାର କଳା ପ୍ରତି ଦୁର୍ବଳତା ଥିବା କହିଛନ୍ତି ବାପା ଅଭୟ କୁମାର ମହାନ୍ତି ନିଜର କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ସୌମ୍ଯା ଆଜି ଅଞ୍ଚଳ ପାଇଁ ଗର୍ବ ଆଣିଛି ବୋଲି କୁହନ୍ତି ମା ପ୍ରିୟମ୍ବଦା ମହାନ୍ତିପୁରସ୍କାର ବାବଦକୁ ସୌମ୍ଯାଙ୍କୁ ୫୦,୦୦୦୦ ଟଙ୍କାର ଚେକ୍ ସହିତ ଉତ୍ତରୀୟ,ପୁଷ୍ପଗୁଛ, ମାନପତ୍ର ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଛି ଏହି ଖବର ଶୁଣି ସାରା ନିଆଳି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏଥି ନେଇ ସୌମ୍ୟାକୁ ନିଆଳି ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଅଛି।

Exit mobile version