ଗାଡି ଚୋର ଗିରଫ,୩ ମୋଟର ସାଇକେଲ ଉଦ୍ଧାର

୦୬ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :-> ଶନିବାର ଜଣେ ଗାଡି ଚୋରକୁ ଗିରଫ କରିଛି ବାଲୁଗାଁ ପୋଲିସ । ତାଙ୍କ ନିକଟରୁ ୩ଟି ଚୋରି ମୋଟର ସାଇକେଲ ଜବତ ହୋଇଛି । ଖବର ମୁତାବକ ଗତ ୨ ତାରିଖରେ ନାଭାଲ ଫାଣ୍ଡି ଅନ୍ତର୍ଗତ ଡୁଙ୍ଗମାଳରୁ ଏକ ମୋଟର ସାଇକେଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ତଦନ୍ତ ଜାରି ରଖିଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଶ୍ରୀ ଗୌଡା ଆଜି ସକାଳୁ ଅଚାନକ ଚଢ଼ାଉ କରିଥିଲେ ।ଚଢ଼ାଉ ବେଳେ ସମ୍ପୃକ୍ତ ଗାଡି ଚୋରକୁ କାବୁ କରିବା ସହ ତାଙ୍କ ନିକଟରୁ ତିନୋଟି ମୋଟର ସାଇକେଲ ଜବତ କରାଯାଇଛି । ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲୀ ଗ୍ରାମର ସପନ ସାହୁଙ୍କ ପୁଅ ଦିଲ୍ଲୀପ ସାହୁ(୨୫) ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୬୦/୨୪ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି ।

Exit mobile version