
୦୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ର ୮୩ ତମ ଶ୍ରୀରାମ ଲୀଳା ନାଟକ ମହୋତ୍ସବ ର ୧୯ ତମ ଦିନ ରବିବାର ମହି ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଥିଲା। ଇନ୍ଦ୍ରଜିତ ବଧ ପରେ ମହି ରାବଣ ଓ ରାବଣ ଭେଟ ଓ ମନ୍ତ୍ରଣା ,ମହି ରାବଣ ମାୟାକରି ରାମ ଲକ୍ଷ୍ମଣ ଙ୍କୁ ଅପହରଣ, ଭଗବତୀ ଦେବୀ ପାଖରେ ବଳି ଯୋଜନା, ହନୁମାନ ମକରଧ୍ବଜ ଭେଟ ଓ ଶେଷରେ ମହି ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଥିଲା ।

