ଗନ୍ଧମାର୍ଦନ ପାହାଡରେ ଦୁଇ ଦିନ ହେଲା ଲାଗିଛି ନିଆଁ, ଆୟତ କରିବାରେ ବନବିଭାଗ ନାକେଦମ୍

୦୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେ ଥିଲା ହରିଶଙ୍କର ବନାଞ୍ଚଳ ଅଧୀନ ଗନ୍ଧମାର୍ଦନ ପାହାଡ ରେ ଦୁଇ ଦିନ ହେଲା ନିଆଁ ଲାଗି ହୁଦ୍ ହୁଦ ହୋଇ ଜଳୁଛି। ବନବିଭାଗ ନିଆଁ କୁ ଆୟତ କହିବାକୁ ୩୦ଜଣ ଫାୟାର ସ୍କ୍ୱାର୍ଡ ସହ ଲାଗି ପଡ଼ିଥିଲେ ମଧ୍ଯ ସୋମବାର ସନ୍ଧ୍ୟା ଯାଏଁ ଆୟତ ହୋଇ ନ ଥିବା ଜଣା ଯାଇଛି । ରବିବାର ଦିନ ଗନ୍ଧମାର୍ଦନ ପାହାଡ ରେ ନିଆଁ ଲାଗିଥିବା ସୂଚନା ପାଇ ବନ ବିଭାଗ ହରିଶଙ୍କର ମନ୍ଦିର ପାଖ, ନୁଆପାଲି ଗାଁ ଉପର ପଟ, କନ୍ଦରାଭଟା , ମହୁଳପାଲି ଉପର ପଟେ ନିଆଁ ଲାଗିଥିବା ବେଳେ ତୁର୍ଲା ଗାଁ ଉପର ପଟେ ଜଙ୍ଗଲ ରେ ନିଆଁ ଲାଗିଥିବା ଜଣା ଯାଇଛି।ନିଆଁ କୁ ଆୟତ କରିବାକୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ସ୍ବେଚ୍ଛାସେବୀ ମାନେ ମଧ୍ଯ ସହଯୋଗ କରିଥିବା ଜଣାଯାଇଛି। ଏନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ ଙ୍କୁ ପଚାରିବାରୁ ହରିଶଙ୍କର ବନପାଳ, ବନରକ୍ଷୀ ସମେତ ୩୦ଜଣ ଫାୟାର ସ୍କ୍ୱାର୍ଡ ନିଆଁ ଲିଭାଇବାକୁ ଦୁଇଦିନ ହେଲା ଲାଗିଛନ୍ତି।ଅନେକ ନିଆଁ ଆୟତ ହେଲାଣି ଏବେ ବି ସ୍କ୍ୱାର୍ଡ ପାହାଡ ରେ ନିୟୋଜିତ ଅଛନ୍ତି ବୋଳି ପ୍ରକାଶ କରିଛନ୍ତି। ପ୍ରବଳ ଗରମ ସହ ଅସାମାଜିକ ବ୍ୟକ୍ତି ନିଆଁ ଲଗାଇ ଦେଉଥିବାରୁ ଜଙ୍ଗଲ ରେ ନିଆଁ ଲାଗୁଛି। ଏଥି ପାଇଁ ପୂର୍ବରୁ ବନ ବିଭାଗ ସଚେତନ କରିଥିଲେ ମଧ୍ୟ ସଚେତନ କାମକୁ ଆସୁନି। ଜଙ୍ଗଲ ରେ ନିଆଁ ଯୋଗୁଁ ପାହାଡ ତଳି ଅଞ୍ଚଳ ରେ ଗରମ ବଢିଯାଉଛି। ତୁରନ୍ତ ବାନାଗ୍ନି ଆୟତ କରିବାକୁ ଦାବୀ ହେଉଛି। 

Exit mobile version