Home ଓଡ଼ିଶା ୱଣ୍ଡେର୍ଲା ଭୁବନେଶ୍ୱର ସ୍ୱତନ୍ତ୍ର ସଫ୍ଟ ଲଞ୍ଚ୍ ଅଫର ଘୋଷଣା କରୁଛି : ଟିକେଟ ମାତ୍ର ୬୪୯ ଟଙ୍କା ରୁ ଆରମ୍ଭ ହେଉଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ସର୍ବବୃହତ ମନୋରଂଜନକାରୀ ପାର୍କ ଚେନ୍ ୱଣ୍ଡେର୍ଲା ହଲିଡେଜ୍ କୁମ୍ଭାରବସ୍ତ, ଭୁବନେଶ୍ୱରଠାରେ ତାହାର ମନୋରଂଜନକାରୀ ପାର୍କର ମେ ୨୪ ତାରିଖରେ ସଫ୍ଟ ଲଞ୍ଚ ପୂର୍ବରୁ ସ୍ୱତନ୍ତ୍ର ପୂର୍ବ ଶୁଭାରମ୍ଭ ଅଫର ସମ୍ପର୍କରେ ଘୋଷଣା କରିଛି । ୱଣ୍ଡେର୍ଲା ହଲିଡେଜ୍ ସମ୍ପ୍ରତି କୋଚି, ବେଙ୍ଗାଲୁରୁ, ହାଇଦରାବାଦରେ ତିନିଟି ମନୋରଂଜନକାରୀ ପାର୍କ ଏବଂ ତାହା ସହିତ ବେଙ୍ଗାଲୁରୁରେ ଏକ ରିସର୍ଟର ମାଲିକାନା ଓ ପରିଚାଳନା କରୁଛି ଏବଂ ସମ୍ପ୍ରତି ଏହା ଭୁବନେଶ୍ୱର ଆସୁଛି । ଶୁଭାରମ୍ଭ ଉତ୍ସବର ଅଂଶଭାବରେ ପ୍ରଥମ ୧୦୦୦ ଟିକେଟ ଅନ୍ଲାଇନ ପ୍ରାକ୍ ବୁକିଂ ନିମନ୍ତେ ଉପଲବ୍ଧ ହେବ ଯାହା ଫାଷ୍ଟ ଡେ ଫାଷ୍ଟ ସୋ ଅଫର୍ର ଅଂଶ ଭାବରେ ମେ ୬ ତାରିଖରୁ ବୁକିଂ ଆରମ୍ଭ ହେବ ଏବଂ ପ୍ରତି ବୟସ୍କ ବ୍ୟକ୍ତିଙ୍କ ପିଛା ୬୪୯ ଟଙ୍କାରେ ଆରମ୍ଭ ହେଉଥିବା ଟିକେଟ ସ୍ୱତନ୍ତ୍ର ଭାବରେ ସଫ୍ଟ ଲଞ୍ଚ୍ ଦିବସ, ମେ ୨୪ ଦିନ ପ୍ରବେଶ ନିମନ୍ତେ ବୈଧ ରହିବ । ତାହା ପରେ ଏକ ୟର୍ଲି ବାର୍ଡ ଅଫର୍ ୨୫% ରିହାତି ସହିତ ପରବର୍ତ୍ତୀ ସମୟରେ ପାର୍କରେ ପ୍ରବେଶ ଟିକେଟ ଉପରେ ସୀମିତ ସମୟ ନିମନ୍ତେ ଅନ୍ଲାଇନ ପ୍ରାକ୍-ବୁକିଂରେ କେବଳ ଉପଲବ୍ଧ ହେବ । ଶ୍ରୀ ଅରୁଣ କେ ଚିଟ୍ଟିଲାପିଲ୍ଲି, ମ୍ୟାନେଜିଂ ଡାଇରେକ୍ଟର, ୱଣ୍ଡେର୍ଲା ହଲିଡେଜ୍ ଲିମିଟେଡ କହିଛନ୍ତି, “ଓଡ଼ିଶାକୁ ୱଣ୍ଡେର୍ଲାର ଅନନ୍ୟ ମନୋରଂଜନ ଅନୁଭୂତି ଆଣିବା ନେଇ ଆମେ ଉଲ୍ଲସିତ ଅଛୁ, ଯାହା ଆମ ପରିଦର୍ଶକଙ୍କ ପାଇଁ ଅବସର ବିନୋଦନ ଏବଂ ରୋମାଞ୍ଚର ଏକ ନୂତନ ଯୁଗର ଆରମ୍ଭ କରିବାକୁ ଯାଉଛି । ଓଡିଶାକୁ ଆମର ପ୍ରବେଶ ସହିତ ଆମ ଦର୍ଶକମାନଙ୍କୁ ଉକ୍ରର୍ଷ ପ୍ରଦାନ ନିମନ୍ତେ ଆମର ପ୍ରତିବଦ୍ଧତା, ସେମାନଙ୍କ ପାଇଁ ଅଭୁଲା ମୁହୂର୍ତ୍ତଗୁଡିକ ଏବଂ ଆକାଂକ୍ଷିତ ସ୍ମୃତି ଆଣିଦେବାକୁ ପ୍ରୋତ୍ସାହିତ କରିବ, ଆମେ କେବଳ ବର୍ତ୍ତମାନ ପାଇଁ ଆନନ୍ଦ ପ୍ରଦାନ କରିବା ଆଶା ରଖୁନାହୁଁ ତାହାସହିତ ଭବିଷ୍ୟତ ପିଢି ନିମନ୍ତେ ଆକାଂକ୍ଷିତ ଏକ ସ୍ଥାୟୀ ପରମ୍ପରା ସୃଷ୍ଟି ଲକ୍ଷ୍ୟ ରଖୁଛୁ ।” ହୃଦୟର ସ୍ପନ୍ଦନ ବଢାଇଦେବା ଭଳି ରୋଲର କୋଷ୍ଟରଠାରୁ ଆନ୍ତର୍ଜାତିୟ ୱାଟର ରାଇଡ ଏବଂ ପରିବାର ଉପଯୋଗୀ ଆକର୍ଷଣଗୁଡିକ ସହିତ ୱଣ୍ଡେର୍ଲା, ଓଡ଼ିଶା ପ୍ରତ୍ୟେକ ଉପଭୋଗ କରିବା ଭଳି କିଛି ନା କିଛି ଯୋଗାଇଦେବ । ଏହାର ଅନେକ ରାଇଡ୍ସ୍ ନିର୍ଦ୍ଦିଷ୍ଟ ଭାବରେ ନିର୍ମିତ ଏବଂ ଖ୍ୟାତିସମ୍ପନ୍ନ ଆନ୍ତର୍ଜାତିକ ଯୋଗାଣକାରୀଙ୍କ ନିକଟରୁ ଆମଦାନୀ କରାଯାଇଛି, ଯାହା ସେଗୁଡିକୁ ଭାରତରେ ଅନନ୍ୟ କରି ଗଢିତୋଳୁଛି । ୱଣ୍ଡେର୍ଲା ଭାରତ ଓ ଏସିଆରେ ଶ୍ରେଷ୍ଠ ସ୍ଥାନରେ ଥିବା ମନୋରଂଜନକାରୀ ପାର୍କଗୁଡିକ ମଧ୍ୟରେ ଅନ୍ୟତମ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026