ଗହ୍ମା ପୁର୍ଣିମାରେ ଗୋହତ୍ୟା, ବେଆଇନ କଂସେଇଖାନା ଚଳାଉଥିବା ସରକାରୀ ସ୍ୱାସ୍ଥ୍ୟ କର୍ମଚାରୀ ଗିରଫ, କଟା ମାଂସ ସହ 25ରୁ ଉର୍ଦ୍ଧ ବାଛୁରୀ ଜବତ,

ଓଡିଶା ତାଜା ନ୍ୟୁଜ୍ (୦୩ ଅଗଷ୍ଟ ସୋମବାର ) କଟକ, ମାହାଙ୍ଗା :- ଆଜି ପବିତ୍ର ଗହ୍ମା ପୁର୍ଣିମା, ଏହି ଦିନରେ ପ୍ରତ୍ୟେକ ହିନ୍ଦୁ ମାନେ ଗୋମାତାଙ୍କୁ ପୂଜା କରୁଥିବା ବେଳେ ଜଣେ ସରକାରୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବାସଭବନ ପରିସରରେ ଚାଲିଥିଲା ବେଆଇନ କଂସେଇ ଖାନା,  ନିରୀହ ବାଛୁରୀ ଗାଇ ଗୋରୁଙ୍କୁ ନିର୍ମମ ହତ୍ୟା କରି ମାଂସ ଚାଲାଣ କରାଯାଉଥିବା ଖବର ପାଇ ପୋଲିସ ଚଢ଼ାଉ କରି କଟା ମାଂସ ଜବତ କରିବା ସହ ବହୁ ବାଛୁରୀ ଙ୍କୁ ଉଦ୍ଧାର କରି  କଂସେଇ ଖାନା ର ମାଲିକ ତଥା ସରକାରୀ କର୍ମଚାରୀ ସେକ ବାବୁ କୁ ଗିରଫ କରିଚି,

ଏଭଲିଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୁଣ୍ଡି ପଂଚାୟତ ମଲ୍ଲୀକପୁର ଗ୍ରାମରେ, ଏହି ଗ୍ରାମର ସେକ ବାବୁ ଯିଏ କି ସ୍ଵାସ୍ତ୍ୟ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ, କିନ୍ତୁ ଚଳଣି କୋଉ ଆଇଏସ, ଓଏସ ଙ୍କ ଠାରୁ କମ ନୁହେଁ, ଗାଡି ସାଙ୍ଗକୁ ହାଇ ଫାଇ ବଙ୍ଗଳା, ଗାଡ଼ିରେ ଲାଗିଛି କୋଭିଡ ଡିୟୁଟି ଲୋଗୋ,  ନିର୍ଭୟ ରେ ଚଳପ୍ରଚଳ, କାହାକୁ ନାଇଁ ଖାତିର, ତା ଭିତରେ ଚାଲୁଥିଲା ସବୁ କଳା କାମ,  ନିଜ ବାସଭବନ ପଛରେ ଏକ ବଡ଼ କୋଠା ଘରେ ଚାଲିଥିଲା କଂସେଇ ଖାନା, ସେଠି ବାଛୁରୀ ଗାଇ ଗୋରୁ ଙ୍କୁ ହତ୍ୟା କରି ତା ମାଂସକୁ କାଟି ଚାଲାଣ କରାଯାଉଥିଲା ବାହାର ଜିଲ୍ଲାକୁ,  ବିଶ୍ୱସ୍ତ ସୂତ୍ରରୁ ମାହାଙ୍ଗା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଖବର ପାଇ ଚଢ଼ାଉ କରିବାକୁ ଦେଇଥିଲେ ନିର୍ଦେଶ,

ସୋମବାର  ଅପରାହ୍ନରେ ଜଇପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ, ଥାନା    ଏ ଏସ ଆଇ ନରେନ୍ଦ୍ର ଖୁଣ୍ଟିଆ ପୋଲିସ ଫୋର୍ସ ସହ ଚଢ଼ାଉ କରିଥିଲେ ଏହି କଂସେଇ ଖାନା ଉପରେ,  ଗୋ ହତ୍ୟାକାରୀ ମାନେ ଫେରାର ହୋଇଯାଇଥିବା ବେଳେ ସେକ ବାବୁକୁ ପୋଲିସ ଗିରଫ କରି ଥାନାକୁ ନେଇଥିବା ବେଳେ କଟା ମାଂସ କୁ ନଷ୍ଟ କରିବା ସହ  ମରଣ ମୁହଁ ରୁ ନିରୀହ ବାଛୁରୀ ଗୁଡିକୁ ଉଦ୍ଧାର କରି ଗୋଶାଳା କୁ ନିଆଯାଇଛି, ଏହି ଗୋହତ୍ୟା ଘଟଣାରେ ସେକ ବାବୁ ସମେତ ତାର ଅନ୍ୟ ୬ ଭାଇ ଜଡିତ ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି,  ଏଥିରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଥିବା ବାବୁ ମିଡ଼ିଆ ସମ୍ମୁଖରେ କହିଛି,

ଏହି ଘଟଣାକୁ ନେଇ ଗୋ ପ୍ରେମୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଅନ୍ୟ ଅଭିଯୁକ୍ତ ଗୋହତ୍ୟା କାରିଙ୍କୁ ଗିରଫ କରିବାକୁ ଦାବୀ ହୋଇଛି, ଅନ୍ୟ ପକ୍ଷରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କୋଟି କୋଟି ଟଙ୍କା ଆଣିଲା କେଉଁଠୁ ଏହାର ଏକ ଉଚସ୍ତରିୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି, (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version