ଚିଲିକା ବିଜେଡି ରେ ମିଶ୍ରଣ ପର୍ବ

୦୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଚିଲିକା  :-> ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ଠାରେ ଚିଲିକା ବିଜେଡି ବିଧାନସଭା ପ୍ରାର୍ଥୀ ଶ୍ରୀ ରଘୁନାଥ ସାହୁ ମହୋଦୟ ଙ୍କ ନେତୃତ୍ୱ ରେ ଏବଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ନବୀନ ପଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଚିଲିକା ବ୍ଲକ ମାନସିଂହପୁର ପଂଚାୟତ ପୂର୍ବତନ ବିଜେପି ସମିତି ମେମ୍ବର ଶ୍ରୀ ଗୁନ ବେହେରା,ସୋରଣ ପଂଚାୟତ ଶ୍ରୀ ବସନ୍ତ ସାହୁ, ଜରିପଡା ପଂଚାୟତ ଶ୍ରୀ ବିଭୁତି ବେହେରା,ସୋରଣ ର ବର୍ତମାନ ବିଜେପି ୱାର୍ଡମେମ୍ବର ଶ୍ରୀ ସୁରେନ୍ଦ୍ର ବେହେରା,

ସୋରଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ପ୍ରଧାନ ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳ ରେ ଯୋଗ ଦେଇଛନ୍ତି । ଏହି ଅବସରରେ ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଉପ୍ତଳ ପାଇକରାୟ, ସୁଧାକର ପ୍ରଧାନ, ଅସିତ ନାଥ, ମନୋଜ ପ୍ରଧାନ, ପ୍ରକାଶ ପ୍ରଧାନ ସମେତ ଚିଲିକା ବ୍ଲକ ର ଆଗଧାଡିର କର୍ମୀ ମାନେ ଉପସ୍ଥିତ ଥିଲେ, ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଙ୍କୁ ଶଂଖ ଚିହ୍ନରେ ମୋହର ଦେଇ ବିପୁଳ ଭୋଟରେ ଜୟ ଯୁକ୍ତ କରିବା ପାଇଁ ଶପଥ ନେଇଥିଲେ।

Exit mobile version