Home ଓଡ଼ିଶା ରଣପୁର ନିର୍ବାଚନ ମଣ୍ଡଳୀରେ ଯୁବ ବିଜୁ ଜନତା ଦଳର ଯୁବକ ମାନେ ଦେଲେ ରଣ ହୁଙ୍କାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବିଜେପିର କାର୍ଯ୍ୟ କଳାପ ଉପରେ ଅସନ୍ତୁଷ୍ଟ ହୋଇ ୧୦ ଟି ପଞ୍ଚାୟତରୁ ଛାମୁଆ କର୍ମୀ ମାନେ ଆସି ବିଜେଡିରେ ଯୋଗ ଦେଲେ । ୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଲକ୍ ଅନ୍ତର୍ଗତ ଦର୍ପଣ ନାରାୟଣପୁର ମା “ଗଦେଇଶୁଣୀ ମନ୍ଦିରଠାରେ ରଣପୁର ବ୍ଲକ୍ ଯୁବ ବିଜେଡି ସଭାପତି ଆକାଶ ଚନ୍ଦ୍ର ପାଣିଙ୍କ ଆବାହକତ୍ୱରେ ମେ ପାଞ୍ଚ ରବିବାର ଦିନ ବିଶାଳ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ! ଏହି ଯୁବ ସମାବେଶ କାର୍ଯ୍ୟକ୍ରମରେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋଡ ଅଧକ୍ଷ ସତ୍ୟନାରାୟଣ ପ୍ରଧାନ , ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ୍ ବିଜେଡି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ, ରଣପୁର ଏନ ଏ ସି ବିଜେଡି ସଭାପତି ଲିଙ୍ଗରାଜ ନାୟକ, ଚାନ୍ଦପୁର ଜୋନର ବିଜେଡି ସଭାପତି ମନୋଜ କୁମାର ଦାସ, ତ୍ରିନାଥ ବିଶ୍ଵାଳ,ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା ,ବରିଷ୍ଠ ବିଜେଡ଼ି ନେତା କିଶୋର ପଟ୍ଟନାୟକ,ପାଣ୍ଡବ ସେଠୀ, ଚିନ୍ମୟୀ ଦାସ , ନର୍ମଦା ରାୟ ପ୍ରମୁଖ ଯୋଗଦେଇ ଯୁବକ ମାନଙ୍କୁ ନିଜ ନିଜର ଅଭିଭାଷରେ ଯୋଡ଼ି ସଙ୍ଖରେ ଭୋଟ ଦେଈ ବିଜେଡ଼ି ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ଏବଂ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଙ୍କୁ ଜିତାଇବା ପାଇଁ ଉଦବୋଧନ ଦେଇଥିଲେ। ସ୍ଥାନୀୟ ଯୁବକ ମାନେ ଏକ ବାଇକ୍ ରାଲିରେ ଆସି ସଭାସ୍ଥଳରେ ପହଁଚି ଥିଲେ। ତାଙ୍କର ପ୍ରିୟ ବିଧାୟକ ପ୍ରାର୍ଥୀ ବାଦଲ ଙ୍କୁ ବାଜା ବଜାଇ ସଭାସ୍ଥଳକୁ ମହା ଆଡ଼ମ୍ବରରେ ପାଛୋଟି ଆଣିଥିଲେ। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ ସେବା, ମହିଳା ଗ୍ରୁପ୍ ମାନଙ୍କୁ ବିନା ସୁଧରେ ୠଣ ଲଗାଣ, ଯୁବକ ମାନଙ୍କୁ ଲଘୁ ଉଦ୍ୟୋଗ ନିମନ୍ତେ ଏକ ଲକ୍ଷ ଟଙ୍କା ବିନା ସୁଧରେ ୠଣ ଯୋଗାଣ, ବିଦ୍ୟାଳୟ ଓ କଲେଜ ଗୁଡ଼ିକର ରୁପନ୍ତିକରଣ, ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା , ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନାରେ ସମସ୍ତ ପରିବାରକୁ ବିଦ୍ୟୁତ ସଂଯୋଗ ଭଳି ସରକାରୀ ସ୍କିମ୍ ଗୁଡ଼ିକ ବିଷୟରେ ଆଲୋକ ପାତ କରଯାଇଥିଲା । ଉକ୍ତ ସଭାରେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ ଯୁବକ ମାନଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ବିରୋଧୀ ବିଜେପି କୁ ସମାଲୋଚନା କରି ଆୟୁଷ୍ମାନ ଭାରତ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟରେ ପାର୍ଥକ୍ୟ ବୁଝାଇବା ସହ ବିଜେଡିର ବିଧାୟକ ପ୍ରାର୍ଥୀ ଓ ପୁରୀ ସାଂସଦ ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ବିଜେପିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନେ ବାହାର ଅଞ୍ଚଳରୁ ଆମଦାନୀ ନେତା ବୋଲି ସାଧାରଣରେ ପ୍ରକାଶ କରିଥିଲେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ କରେଇବା ଓ ସତ୍ୟ ନାରାୟଣ ପ୍ରଧାନ ଜଣେ ଶାନ୍ତ ସରଳ ବ୍ୟକ୍ତିତ୍ଵ ଙ୍କୁ ତୃତୀୟ ଥର ପାଈଁ ବିଧାୟକ ରୁପେ ଜିତେଇବା ପାଇଁ ଆହ୍ବାନ ଦିଆ ଯାଇଥିଲା। ଅନୁରୂପ ଭାବେ ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଙ୍କୁ ଜିତାଇବା ପାଇଁ ଉଦବୋଧନ ଦେଇଥିଲେ ବିଧାୟକ ସତ୍ୟ ନାରାୟଣ ପ୍ରଧାନ। କିଛି ବିଜେପି କର୍ମୀ ସ୍ବତଃ ପ୍ରବୃତ୍ତ ଭାବେ ଆସି ବିଜେଡ଼ିରେ ଯୋଗ ଦେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026