ରଣପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର : ବିପୁଳ ଜନସମାଗମରେ ପ୍ରାର୍ଥୀ ପତ୍ର ଦାଖଲ କଲେ

ନା ବିଜେଡ଼ି ନା ବିଜେପି ଏବେ ଆସିବ କଂଗ୍ରେସ

୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ୧୧୯ ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ରୁ ପ୍ରାର୍ଥୀ ହୋଇଥିବା ବିଭୁ ପ୍ରସାଦ ମିଶ୍ର ଆଜି ଏ ଡି ଏମ ଙ୍କ କାର୍ଯ୍ୟାଳୟ ଠାରେ ପ୍ରାୟ ଚାରି ରୁ ପାଞ୍ଚ ହଜାର ସମର୍ଥକ ଙ୍କ ମେଳରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରୁ ବିପୁଳ ମାତ୍ରାରେ ଜନ ସମାଗମ ହୋଇଥିଲା ।ଉକ୍ତ ରାଲିରେ ବିଧାନସଭା ଯୁବ କଂଗ୍ରେସ ର ପୂର୍ବତନ ସଭାପତି ହରପ୍ରସାଦ ମିଶ୍ର, ବ୍ଲକ ସଭାପତି ଶତୃଘ୍ନ ପାଇକରାୟ, ମାନସ ମହାପାତ୍ର, ହୁସେନ ଖାଁ,ମନୋଜ ସାହୁ , କମଳ ସାହୁ, ଯୁବ କଂଗ୍ରେସ ସଭାପତି ଜିତେନ୍ଦ୍ର ପ୍ରଧାନ,ପ୍ରତିମା ଜେନା,ହଜାର ହଜାର ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲା ।ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତା ,ସମସ୍ତ ଜୋନ ର ସଭାପତି, ଲିଙ୍କନଙ୍କ ସହିତ ହଜାର ହଜାର ଉର୍ଦ୍ଧ୍ବ କର୍ମୀ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । କର୍ମୀ ଙ୍କ ଗହଣରେ ବିଭୁ ପ୍ରସାଦ ମିଶ୍ର ଚାନ୍ଦପୁର ଠାରୁ ବାହାରି ଗୋପାଳପୁର ଏବଂ ରଣପୁର ଠାରେ ସହିଦ ରଘୁ ଦିବାକର ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ସେଠାରୁ ମା ମଣିନାଗଙ୍କୁ ପୂଜାର୍ଚ୍ଚନା କରି ଶରଣକୁଳ ଯାଇ ଲଡୁବାବାଙ୍କୁ ଦର୍ଶନ କରିଥିଲେ । ଏହି ସମୟରେ ରାସ୍ତା ଘାଟରେ ବିଭିନ୍ନ ଛକ ମାନଙ୍କରେ ସାଧାରଣ ଜନତା ହରିବୋଲ ହୁଳହୁଳି ଦେଇ ସ୍ଵାଗତ କରୁଥିବାର ଦେଖାଯାଇଥିଲା ।

Exit mobile version