ଫୁଲୁକିମୁଣ୍ଡା ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣା – ବାଇକ୍ ଚାଳକ ମୃତ

୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଫୁଲୁକିମୁଣ୍ଡା ଏକ ମୋଟର ସାଇକେଲ ଦୁର୍ଘଟଣାରେ ରେ ବାଇକ୍ ଚାଳକ ର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଯୁବକ ଜଣକ ଖପ୍ରାଖୋଲ ଥାନା ବଡଗୁର୍ଜିଭଟା ଗାଁ ର ଆକାଶ ସାହୁ (୧୮) ବୋଳି ଜଣାଯାଇଛି । ସୁଚନା ଅନୁସାରେ ହିରୋ ଗାଡ଼ି ନମ୍ବର ଓଡି ୦୩ ଏଲ ୭୫୫୪ ବାଇକରେ ଆକାଶ ନିଜ ଗାଁ ବଡ଼ ଗୁର୍ଜିଭଟା ରୁ ଲାଠୋର ପଟକୁ ଯାଇଥିବା ବେଳେ ଫୁଲୁକିମୁଣ୍ଡା ବଜାର ନିକଟ ବୁଲାଣି ରେ ଭାରସମ୍ୟ ହରାଇ ବାଇକ୍ ଟି ଗଛ ରେ ପିଟି ହୋଇ ଦୁର୍ଘଟଣା ହୋଇଥିଲା ।

ଏନେଇ ସୂଚନା ପାଇ ସ୍ଥାନୀୟ ଲୋକେ ଗୁରୁତର ବାଇକ୍ ଚାଳକ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖପ୍ରାଖୋଲ ଡାକ୍ତର ଖାନା ନେଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିବା ଜଣାଯାଇଛି । ଏ ନେଇ ଖବର ପାଇ ଲାଠୋର ଥାନା ପୋଲିସ ପହଞ୍ଚି ମୃତ ଦେହ ପଞ୍ଚନାମା ସହ ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରଯାଇଥିବା ଜଣାଯାଇଛି । ଏନେଇ ଲାଠୋର ଥାନା କେସ ନମ୍ୱର୍ ୧୧୧/୨୦୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି ।

Exit mobile version