ସମୀର ସମର୍ଥକଙ୍କ ବିଜେଡ଼ି ଦଳରୁ ସମୂହ ଇସ୍ତଫା

୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :->  ନିମାପଡ଼ା ରେ ଦିନକୁ ଦିନ ଜଟିଳ ହେବାକୁ ଲାଗିଛି ରାଜନୀତି। ସମୀର ଦାଶ ବିଜେଡ଼ି ଦଳୀୟ ଟିକଟରୁ ବାଦ୍ ପଡିବା ପରେ ଦେଖାଦେଇଛି ସମୀର ସମର୍ଥକଙ୍କ ଅଶୋନ୍ତଷ। ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ଲାଗି ସମର୍ଥକମାନେ କରିଛନ୍ତି ଶେଷ ପ୍ରୟାସ। ଶନିବାର ନିମାପଡ଼ା ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଏକାଠି ହୋଇଥିଲେ ସମୀର ଙ୍କ ସମର୍ଥକ। ନିମାପଡ଼ା ବ୍ଲକ୍ ବିଜେଡ଼ି ସଭାପତି ଅଶୋକ ସାହୁ, ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ଗୋପ ବ୍ଲକ୍ ସଭାପତି ଓ ୪୬ ଟି ପଞ୍ଚାୟତ ଓ ଏନ୍ ଏସି ର ବିଜେଡ଼ି କର୍ମକର୍ତ୍ତା ନିର୍ବାଚିତ ସରପଞ୍ଚ,

ସମିତି ସଭ୍ୟ/ସଭ୍ୟା ଏକତ୍ରିତ ହୋଇ ସମୀର ଙ୍କୁ ଇସ୍ତଫା ପତ୍ର ଧରାଇଥିଲେ।ଆଉ ଚେତାବନୀ ଦେଇଛନ୍ତି ଆସନ୍ତା ରବିବାର ସନ୍ଧ୍ୟା ସୁଧା ଯଦି ସମୀର କୈାଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସେମାନେ ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ସମୀର କୈାଣସି ପରାବର୍ତ୍ତନ କରିପାରିବେ ନାହିଁ। ଏମିତି ଚେତାବନୀ ଦେଇ ବିଜେଡ଼ି ଛାଡିଛନ୍ତି ଦଳର ହଜାର ହଜାର ବିଜେଡ଼ି କର୍ମୀ ।

Exit mobile version