ନାମାଙ୍କନ ପତ୍ର ଦାଖଲ କଲେ ରୁଦ୍ର ପ୍ରତାପ ମହାରଥୀ

୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :->  ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଜି ନାମାଙ୍କନ ପତ୍ର ଦାଖଲ ପୁରୀ ଉପଜିଲ୍ଲାପାଳ ଙ୍କ ଅଫିସ୍ ରେ। ସୂଚନା ମୁତାବକ, ରୁଦ୍ର ପ୍ରତାପ ମହାରଥୀ ପ୍ରଥମେ ତାଙ୍କ ମାଆ ପ୍ରତିଭା ମହାରଥୀ ଓ ବାଟମହାବୀରଙ୍କ ଆଶିର୍ବାଦ ନେଇ ସକାଳ ୯ ଘଟିକା ସମୟରେ ଗୋପ – ପିପିଲି ନିର୍ବାଚନ ମଣ୍ଡଳୀର ହଜାର ହଜାର ଦଳୀୟ ସମର୍ଥକ ତଥା ଦଳର ବରିଷ୍ଠ କର୍ମୀଙ୍କ ପଟୁଆର ରେ ପିପିଲି ବାଟମହାବୀରଙ୍କ ପ୍ରାଙ୍ଗଣରୁ ଶୋଭାଯାତ୍ରାରେ ବାହାରିଥିଲେ । ପ୍ରଚଣ୍ଡ ଖରାର ପ୍ରକୋପ କୁ ଖାତିରି ନକରି ପ୍ରତ୍ୟେକ ଛକ ବଜାର ରେ ରୁଦ୍ରପ୍ରତାପ ମହାରଥୀଙ୍କ ହଜାର ହଜାର ସଂଖ୍ୟାରେ ମା’ମାନଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର କର୍ମୀମାନେ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ।

ଶୋଭାଯାତ୍ରା ପିପିଲି, ମୁକୁନ୍ଦପୁର, ମଙ୍ଗଳ ପୁର ଯାଇ ପହଞ୍ଚି ଥିଲା ପଟନାୟକିଆ ଛକରେ। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି କର୍ମୀମାନଙ୍କ ପାଇଁ ଦହି ସର୍ବତ ସହିତ ଅନ୍ନ ବ୍ୟବସ୍ଥା କରାଯାଇଥିଲା।ପରେ ବିଶାଳ ଶୋଭାଯାତ୍ରା ରେ ଯାଇ ସାକ୍ଷୀଗୋପାଳ ପୁରୀ ମେଡିକାଲ୍ ଛକ ଦେଇ ସିଧା ଯାଇ ପହଞ୍ଚି ତାଲା ପୁରୀ ଉପଜିଲ୍ଲାପାଳ ଙ୍କ ଅଫିସ୍ ରେ। ସେଠାରେ ହଜାର ହଜାର ସମର୍ଥକଙ୍କ ସହଯୋଗରେ ଯାଇ , ଉପଜିଲ୍ଲାପାଳ ଙ୍କ ଅଫିସ୍ ରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଉପଜିଲ୍ଲାପାଳ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ପିପିଲି: ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଜି ନାମାଙ୍କନ ପତ୍ର ଦାଖଲ ପୁରୀ ଉପଜିଲ୍ଲାପାଳ ଙ୍କ ଅଫିସ୍ ରେ। ସୂଚନା ମୁତାବକ, ରୁଦ୍ର ପ୍ରତାପ ମହାରଥୀ ପ୍ରଥମେ ତାଙ୍କ ମାଆ ପ୍ରତିଭା ମହାରଥୀ ଓ ବାଟମହାବୀରଙ୍କ ଆଶିର୍ବାଦ ନେଇ ସକାଳ ୯ ଘଟିକା ସମୟରେ ଗୋପ – ପିପିଲି ନିର୍ବାଚନ ମଣ୍ଡଳୀର ହଜାର ହଜାର ଦଳୀୟ ସମର୍ଥକ ତଥା ଦଳର ବରିଷ୍ଠ କର୍ମୀଙ୍କ ପଟୁଆର ରେ ପିପିଲି ବାଟମହାବୀରଙ୍କ ପ୍ରାଙ୍ଗଣରୁ ଶୋଭାଯାତ୍ରାରେ ବାହାରିଥିଲେ।

ପ୍ରଚଣ୍ଡ ଖରାର ପ୍ରକୋପ କୁ ଖାତିରି ନକରି ପ୍ରତ୍ୟେକ ଛକ ବଜାର ରେ ରୁଦ୍ରପ୍ରତାପ ମହାରଥୀଙ୍କ ହଜାର ହଜାର ସଂଖ୍ୟାରେ ମା’ମାନଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର କର୍ମୀମାନେ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଶୋଭାଯାତ୍ରା ପିପିଲି, ମୁକୁନ୍ଦପୁର, ମଙ୍ଗଳ ପୁର ଯାଇ ପହଞ୍ଚି ଥିଲା ପଟନାୟକିଆ ଛକରେ। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି କର୍ମୀମାନଙ୍କ ପାଇଁ ଦହି ସର୍ବତ ସହିତ ଅନ୍ନ ବ୍ୟବସ୍ଥା କରାଯାଇଥିଲା।ପରେ ବିଶାଳ ଶୋଭାଯାତ୍ରା ରେ ଯାଇ ସାକ୍ଷୀଗୋପାଳ ପୁରୀ ମେଡିକାଲ୍ ଛକ ଦେଇ ସିଧା ଯାଇ ପହଞ୍ଚି ତାଲା ପୁରୀ ଉପଜିଲ୍ଲାପାଳ ଙ୍କ ଅଫିସ୍ ରେ। ସେଠାରେ ହଜାର ହଜାର ସମର୍ଥକଙ୍କ ସହଯୋଗରେ ଯାଇ , ଉପଜିଲ୍ଲାପାଳ ଙ୍କ ଅଫିସ୍ ରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଉପଜିଲ୍ଲାପାଳ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Exit mobile version