ଗଜପତି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାଣ୍ଡି ଓ ମାଠିଆ ଧରି ମହିଳାଙ୍କ ବିକ୍ଷୋଭ

୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :->  ଗଜପତି ଜିଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତର ସାନଲୋବା ଗ୍ରାମରେ ଦୀର୍ଘ ବର୍ଷ ହେଲା ଜଳ ସମସ୍ୟା ଲାଗି ରହିଛି.ଏହାର ସମାଧାନ କରାଯାଉନଥିବାରୁ ସାନଲୋବା ଗାଁର ମହିଳା ଓ ପୁରୁଷ ହାଣ୍ଡି ମାଠିଆ ଧରି ଜିଲାପାଳଙ୍କ କାର୍ଯ୍ୟାଳଯ ନଯରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାର ସମାଧାନ ନହେଲେ ଆସନ୍ତା ନିର୍ବାଚନରେ ସେମାନେ ଭୋଟ ବର୍ଜନ କରିବେ ବୋଲି ସେମାନେ ଚେତବନୀ ଅତିରିକ୍ତ ଜିଲାପାଳ (ରାଜସ୍ଵ) ବୀରେନ୍ଦ୍ର କୁମାର ଦାସ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି.

ସାନଲୋବା ଗାଁରେ ଦୀର୍ଘ ଦିନ ହେଲା ଜଳ ସମସ୍ୟା ଅତି ଉତ୍କଟ । ଏନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗୀୟ ଅଧୂକାରୀ ନିକଟରେ ଅଭିଯୋଗ ପରେ ମଧ୍ୟ ସମାଧାନ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରି ଅନ୍ୟ କୌଣସି ରାସ୍ତା ନ ପାଇ ବାଧ୍ୟ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ହାଣ୍ଡି ମାଠିଆ ଧରି ଆସିବାକୁ ବାଧ୍ୟ ହେଲୁ. ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ ଥିବା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ଗ୍ରାମବାସୀମାନେ ଦୃଢ ବିରୋଧ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି. ।


 

Exit mobile version