ନିର୍ବାଚନ ପ୍ରକ୍ରିୟା ଚାଲିଛି : ରାସ୍ତା କାମ ଦୁଇବର୍ଷ ହେଲା ସରିବାର ନାଁ ଧରୁନି

୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :->  ୧୬ ନମ୍ବର ଜାତୀୟ ରାଜପଥ ର ପ୍ରଶସ୍ତିକରଣ ଓ ବାଇପାସ୍ ନିର୍ମାଣ ପରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିକୁଣ୍ଡ ଵରଡିହ ଠାରୁ ବାଲୁଗାଁ ସହର ଦେଇ ଚିଲିକା ନାଭାଲ୍ ଯାଏଁ ପ୍ରଶସ୍ତିକରଣ (ତତ୍କାଳୀନ ୧୬ନମ୍ଵର ଜାତୀୟ ରାଜପଥ )ର ପୁନଃ ନିର୍ମାଣ କାର୍ଯ୍ୟ ଦୀର୍ଘ ଦୁଇବର୍ଷ ଧରି ମନ୍ଥର ଗତିରେ ଚାଲିଥିବାରୁ ପୂର୍ଣ୍ଣାଙ୍ଗ ହେବାର ନାଁ ଧରୁନାହିଁ। ରାଜ୍ୟ ଓ୍ଵାର୍କସ ବିଭାଗ ଦ୍ଵାରା ନିର୍ମିତ ଏହି ପନ୍ଦର କିଲୋମିଟର ପରିମିତ ରାସ୍ତା ବାଲୁଗାଁ ପରି ପ୍ରମୁଖ ବାଣିଜ୍ୟିକ ସହର ସହ ସଂଲଗ୍ନ ହୋଇଥିବା ବେଳେ ଏହା ଉପରେ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଯାନବାହନ ଓ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଓ ପଥଚାରୀ ନିର୍ଭର କରିଥାନ୍ତି।

 

ମାତ୍ର ପରିତାପର ବିଷୟ ଏହି ଯେ ଉକ୍ତ ପ୍ରକଳ୍ପ ର ଅବଧି ଵର୍ଷେ ହେଲା ସରିଯାଇଥିବା ବେଳେ ନିର୍ମାଣ ଏଜେନ୍ସୀ ଜନ ସାଧାରଣଙ୍କ ପ୍ରତି ବେଖାତିର ମନୋଵ୍ରୃତ୍ତି ଗ୍ରହଣ କରି ଏହି ଦୈନନ୍ଦିନ ରାସ୍ତା କୁ ମରଣ ଯନ୍ତା ବନାଇ ଥିବା ସାଧାରଣ ରେ ଅଭିଯୋଗ ହେଉଛି।ପ୍ରଥମେ ଦୁଇବର୍ଷ ତଳେ କାର୍ଯ୍ୟାରମ୍ଭ କରାଯାଇ ପୁରୁଣା ପିଚୁ ରାସ୍ତା କୁ ଦୁଇ ପଟୁ ତାଡି ମାସ ମାସ ଧରି ମାଟି ଓ

ଭଙ୍ଗାରୁଜା ଅବଶେଷ ସ୍ତୁପ ଆକାରରେ ଜମାଇ ରଖିବା ହେତୁ ଗମନାଗମନ ବ୍ୟାହତ ହେବା ସହ ଉଭୟ ଦିନ ଓ ରାତିରେ ବହୁ ରାସ୍ତା ଦୁର୍ଘଟଣା ଘଟୁଥିଲା । ସମ୍ପ୍ରତି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସହ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବାଧ୍ୟଵାଧକତା ସହ ନିର୍ମାଣ କାର୍ଯ୍ୟ ଯେନ ତେନ ପ୍ରକାରେଣ ସାରିବାକୁ ଉଦ୍ୟମ କରାଯାଉଛି। କାର୍ଯ୍ୟ ର ମାନ ତଥା ନିର୍ବାଚନ ଅବଧି ମଧ୍ୟରେ ତଥାପି କାର୍ଯ୍ୟ ସରିବା ନେଇ ସାଧାରଣରେ ଆଶଙ୍କା ସ୍ରୃଷ୍ଟି ହୋଇଛି।

Exit mobile version