Home ଓଡ଼ିଶା ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ମା’ ଭଗବତୀ ଙ୍କ ଆଶିର୍ବାଦ ନେଇ ବିପୁଳ ଜନସମାଗମରେ ପ୍ରାର୍ଥୀପତ୍ର ଦାଖଲ କଲେ। by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ର ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ ଗୁରୁବାର ତାଙ୍କର ପ୍ରାର୍ଥୀପତ୍ର ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ଦାଖଲ କରିଥିଲେ। ଭୋରରୁ ଶ୍ରୀ ସାହୁ ମା’ ଭଗବତୀ ଙ୍କ ଆଶିର୍ବାଦ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଦେବାଦେବୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ। ପ୍ରାୟ ୫ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ନେଇ ଖୋର୍ଦ୍ଧା ବ୍ଲକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରାରେ ମୂଖ୍ୟତଃ ଯୋଡ଼ି ଶଙ୍ଖ ବାଜିବା ମୂଖ୍ୟ ଆକର୍ଷଣ ହୋଇଥିଲା।ଜୟ ମା ଭଗବତୀ, ଜୟ ଜଗନ୍ନାଥ ଓ ଜୟ ନବୀନ ଧ୍ୱନୀରେ ବ୍ଲକ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ କମ୍ପମାନ ହୋଇଥିଲା। ଗ୍ରୀଷ୍ମପ୍ରବାହ ପ୍ରଭାହ ସତ୍ତ୍ୱେ ଡିଜେ ସାଉଣ୍ଡ ତାଳେତାଳେ ସମର୍ଥକମାନେ ନୃତ୍ୟ କରୁଥିଲେ। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ବାଣପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧାନ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଅଧ୍ୟକ୍ଷ ପ୍ରତିନିଧି ସନ୍ତୋଷ ପାଇକରାୟ, ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ବିଜେଡି ଜିଲ୍ଲା ଉପସଭାପତି ଉପ୍ତଳ ପାଇକରାୟ, ମନୋଜ ପ୍ରଧାନ, ବାଣପୁର ବିଜେଡି ସଭାପତି ଭବାନୀ ଶଙ୍କର ବଳିଆର ସିଂହ, ଚିଲିକା ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର ସମେତ ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍ Related Content ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026 ପୌରାଞ୍ଚଳର ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର by Proprietor Abhimanyu Maharana October 2, 2026