ଉତ୍କଳ ସାମ୍ବାଦିକ ସଂଘ ତରଫରୁ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ

୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପ୍ରତି ବର୍ଷ ସାରା ବିଶ୍ୱରେ ମେ ୩ ତାରିଖରେ ପାଳନ କରାଯାଉଛି । ବିଭିନ୍ନ କ୍ଷେତ୍ରେରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅବଦାନକୁ ମନେ ରଖିବା ଏବଂ ସେମାନଙ୍କ ସ୍ୱରକୁ ଜୀବିତ ରଖିବା ପାଇଁ ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟା ଏହା ବ୍ୟତୀତ ଗଣମାଧ୍ୟମ, ସରକାର ଓ ସାଧାରଣ ଜନତାଙ୍କ ସଂଯୋଗ କରିବା ପାଇଁ ସାମ୍ବାଦିକ ସ୍ୱାଧୀନତାର ମହତ୍ୱ ଅତି ଗୁରୁତ୍ୱପୂର୍ଣ । ୧୯୯୧ ମସିହାରେ ଆଫ୍ରିକା ଦେଶର ସାମ୍ବାଦିକ ମାନେ ପ୍ରଥମେ ସାମ୍ବାଦିକ ସ୍ୱାଧୀନତା ପାଇଁ ସ୍ୱର ଉତୋଳନ କରିଥିଲୋ ୧୯୯୩ ମସିହାରେ ମିଳିତ ଜାତି ସଂଘର ସାଦାରଣ ପରିଷଦ ବୈଠକରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲ ।

ସେହି ଦିନ ଠାରୁ ପ୍ରତି ବର୍ଷ ମେ ୩ ତାରିଖ ଦିନ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ମାଲକାନଗିରି ଉତ୍କଲ ସାମ୍ବାଦିକ ସଂଘ କା ର୍ଯ୍ୟାଳୟ ପରିସରରେ ସବାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟ କ୍ଷତାରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ପରିବର୍ତନଶୀଳ ଜଳବାୟୁ, ଜୈବ ବିବିଧତା, ସଙ୍କଟ ଦ୍ୱାରା ଆଜି ସମଗ୍ର ବିଶ୍ୱ ପ୍ରଭାବିତ ହେଉଛି । ଯେଉଁମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କର ସ୍ୱର ଅନ୍ୟମାନଙ୍କୁ ଜଣାଇବାରେ ସାମ୍ବାଦିକ ମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ ହୋଇଥାଏ.  ସାମ୍ବାଦିକ ମାନଙ୍କୁ ସମ୍ମାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟା କାରଣ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ଜଣାଇବା ପାଇଁ କାର୍ଯ୍ୟ କରନ୍ତି .

କିନ୍ତୁ ଆମ ରାଜ୍ୟ ଏବଂ ଜିଲ୍ଲାରେ ସାମ୍ବାଦିକ ମାନେ ପ୍ରାୟତଃ ଆକ୍ରମଣର ଶିଖାର ହୁଅନ୍ତି ଅନେକ ସମୟରେ ସାମ୍ବାଦିକ ମାନଙ୍କୁ ହତ୍ୟା କରାଯାଇଥିବା ମଧ୍ୟ ନଜିର ରହିଛି। ସେମାନଙ୍କ ସ୍ୱରକୁ ଦମନ କରିବା ପାଇଁ କୁଚକ୍ରି ଗୋଷ୍ଠି, ସବୁବେଳେ ଚେଷ୍ଟା କରିଥାନ୍ତି । କିନ୍ତୁ ସାମ୍ବାଦିକ ମାନେ ତାଙ୍କର ନ୍ୟାୟ ପାଇବା ପାଇଁ ସବୁ ସମୟରେ ସ୍ୱର ଉତ୍ତୋଳନ କରିବା ସହ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଘ ହେଉଛି ଏକ ମାଧ୍ୟମ ବୋଲି ବୈଠକରେ କର୍ମକର୍ତା ମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଏହି କା ର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର, ଯୁଗ୍ମ ସମ୍ପାଦକ ଅପୁର୍ୱ ଥଣ୍ଡର, କୋଷାଧ୍ୟ କ୍ଷ ହୃସିକେଷ ସେଠୀ, ଉପଦେଷ୍ଟା ସିମାଂଚଳ ପାଣିଗ୍ରାହି, ନିରଞ୍ଜନ ମଲ୍ଲ ଙ୍କ ସହ ୩୦ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲ .

Exit mobile version