Home ଓଡ଼ିଶା ନିମାପଡ଼ା ରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ନିମାପଡ଼ା ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ କଂଗ୍ରେସ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କଂଗ୍ରେସର ବହୁ ପୁରୁଣା ନେତୃବୃନ୍ଦ ଙ୍କ ସହିତ ଶହ ଶହ ସଂଖ୍ୟାରେ କର୍ମୀମାନେ ନିମାପଡ଼ା କଂଗ୍ରେସ କମିଟିର ସଭାପତି ଶ୍ରୀ ବିଜୟ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଯୋଗୋଦେଇଥିଲେ। କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ପ୍ରାର୍ଥୀ ଓ ଜଗତସିଂହପୁର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାର୍ଥ ରାଉତରାୟ ଓ ନିମାପଡ଼ା ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଭାବେ କିଛି ଦିନ କାର୍ଯ୍ୟତୁଲାଇଥିବା ଏବେ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରବିନ୍ଦ୍ର ସେଠୀ ଙ୍କ ସମେତ ଗୋପ ବ୍ଲକ୍ କଂଗ୍ରେସ କମିଟିର ସଭାପତି ଶ୍ରୀ ଭାସ୍କର ସେଠ୍, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଲକ୍ଷ୍ମୀଧର ପ୍ରଧାନ, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ପୁରୀ ଜିଲ୍ଲା କଂଗ୍ରେସ କମିଟି,ଅଜୟ କୁମାର ମିଶ୍ର, ଭଗବାନ ପାତ୍ର ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ନିମାପଡ଼ା ର ନିର୍ବାଚିତ ହୋଇଥିବା ଜଣେ ଉଚ୍ଚଶିକ୍ଷିତ ଜଣେ ଭାରତର ଗୈାରବରେ ସେ ବେଶ୍ ନାଁ କରିପାରିଛନ୍ତି ସିଦ୍ଧାର୍ଥ ରାଉତରାୟ ।ସେ ନିଜ ଅଭିଭାଷଣରେ ପ୍ରଥମେ କଂଗ୍ରେସ କୁ ନିମାପଡ଼ା ରେ କୋଉଭଳି ଭାବରେ ବିଜୟୀ କରିବେ ଏ ନେଇ ସେ ସମସ୍ଥ ଉପସ୍ଥିତ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବାସହ ସହୋଯୋଗ ଲୋଡିଥିଲେ।୨୫ ବର୍ଷ ଧରି ଶାସନ କରିଆସୁଥିବା ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ର କାର୍ଯ୍ୟଧାରାକୁ ନେଇ ଖୁବ୍ ବର୍ଷିଥିଲେ।ସେ କହିଥିଲେ ଯେତେବେଳେ କଂଗ୍ରେସ ର ସ୍ଥିତି ଥିଲା ସେତେବେଳର ନେତା ରବିନ୍ଦ୍ର ସେଠୀ ବିଧାୟକ ଥିଲେ ସେ ପ୍ରଥମେ କୃଷି ଓ ଶ୍ରମିକ ମାନଙ୍କୁ ଗୁରୁତ୍ଵ ଦେଇ ସେମାନଙ୍କର ବିକାଶ କିଭଳି ଭାବରେ ହୋଇପାରିବ ସେ ନେଇ କାର୍ଯ୍ୟ କରୁଥିଲେ।ହେଲେ ବିଜୁଜନତା ଦଳ ଆସିବା ଠାରୁ କୃଷି ଓ ଶ୍ରମିକ ସଂପୂର୍ଣ୍ଣ ଅବହେଳିତ ହୋଇ ରହିଛନ୍ତି। ନିମାପଡ଼ା କୃଷି ଅଞ୍ଚଳ ହୋଇଥିବାରୁ କୃଷକ ମାନେ ଉପଯୁକ୍ତ ସୁବିଧା ସୁଯୋଗ ନ ପାଇ ଶେଷରେ ଦାଦନ ଖଟିବାକୁ ବାହାରକୁ ଯିବାପାଇଁ ମନ ବଳାଉଛନ୍ତି ।କାରଣ ନିମାପଡ଼ା ଗୋଟିଏ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ମୁଖ୍ୟ ସମସ୍ୟା ପାଣି ,ପାଣି ନ ଥିବାରୁ କୃଷି କାର୍ଯ୍ୟରେ ବ୍ୟାଘାତ୍ ଦେଖାଦେଇଛି ।ଆଜି ପର୍ଯ୍ୟନ୍ତ କୃଷି କିମ୍ବା କୃଷକ ଓ ଶ୍ରମିକ ମାନଙ୍କୁ ବିଜେଡ଼ି ଗୁରୁତ୍ଵ ଦେଇନି।ଯଦି କଂଗ୍ରେସ ନିମାପଡ଼ା ରେ ବିଜୟୀ ହୁଏ ସେ ପ୍ରଥମେ କୃଷି ପାଇଁ ଆବଶ୍ୟକ କରୁଥିବା ପାଣି ଯୋଗାଇବା ପାଇଁ କେନାଲ ର ପୂନରଉଦ୍ଧାର କରିବ ଏବଂ ଶ୍ରମିକ ମାନଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେବାସହ, ନିମାପଡ଼ା ର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। Categories: ଓଡ଼ିଶା, ପୁରୀ, ହୋମ୍ Related Content ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026 ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା by Proprietor Abhimanyu Maharana August 15, 2026 Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026