
୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> 2024 ସାଧାରଣ ନିର୍ବାଚନ ପାଇଁ ଗାଁରୁ ସହର ଚଳଚଞ୍ଚଳ ରହିଛି.! ଭୁବନେଶ୍ୱର ଲୋକସଭା ଓ ବିଧାନସଭା ବୋଲଗଡ଼ – ବେଗୁନିଆ କ୍ଷେତ୍ର ନିମନ୍ତେ ଶାସକ ବିଜେଡି ଓ ବିଜେପି ପକ୍ଷରୁ କୌଣସି ଯୋଦ୍ଧା ପାର୍ଥୀଙ୍କ ନାମ ଘୋଷଣା କରାଯାଇ ନ ଥିବା ବେଳେ କାହାକୁ ପାର୍ଥୀ କରାଯିବ ସେନେଇ ଦ୍ୱନ୍ଦ୍ୱ ଲାଗିରହିଛି.! ତେବେ ବିଳମ୍ବ ହେଲେବି ବିଜେଡି ପକ୍ଷରୁ ରାଜ୍ୟଶାସକ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ କୁମାର ସାହୁଙ୍କୁ ବିଜେଡି ପ୍ରାର୍ଥୀ ଭାବେ ମୋହର ମାରି ବିରୋଧୀଙ୍କୁ ଚକିତ କରିଛନ୍ତି.!

