ପ୍ରେସ ଆସୋସିଏସନର ଭୋଟର ସଚେତନତା କାର୍ଯ୍ୟକ୍ରମ

୦୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :->  କଳାହାଣ୍ଡି ଜିଲ୍ଲାରେ ଚଳିତ ମାସ ମେ ୧୩‌ ତାରିଖ ଦିନ ସାଧାରଣ ନିର୍ବାଚନ ପାଇଁ ମତଦାନ ଧାର୍ଯ୍ୟ ହୋଇଥିବା ବେଳେ ନର୍ଲା ପ୍ରେସ ଆସୋସିଏସନ୍ ଏକ ନୂତନ ଚିନ୍ତାଧାରା ନେଇ ଭୋଟରଙ୍କୁ ନେଇ ଏକ ସଚେତନଧର୍ମି କାର୍ଯ୍ୟକ୍ରମ ନର୍ଲା ପ୍ରେସ କାର୍ଯ୍ୟାଳୟ ପରିସରରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଚଳିତ ନିର୍ବାଚନରେ ସମସ୍ତ ଭୋଟର୍ କୋୖଣସି ପ୍ରକାର ଅର୍ଥ ପ୍ରଲୋଭନରେ ନ ପଡ଼ି ଚିନ୍ତା ମୁକ୍ତ ,ଭୟ ମୁକ୍ତ ନିରପେକ୍ଷ ଭାବରେ ସମସ୍ତେ ଶତପ୍ରତିଶତ ମତଦାନ କରିବେ ଵୋଲି ନର୍ଲା ପ୍ରେସ ଆସୋସିଏସନ୍ ସଭାପତି ଶ୍ରୀ ଦୀପକ କୁମାର ସାହୁ ପ୍ରେସ ରିଲିଜ ଜରିଆରେ ଲୋକଙ୍କୁ ଵାର୍ତ୍ତା ଦେଇଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ସମୟରେ ଯେ କୌଣସି ପ୍ରଭାବଶାଲି ବ୍ୟକ୍ତି ,  ନେତା , କର୍ମୀ ଏବଂ ପ୍ରାସାସନିକ ଅଧିକାରୀ କିମ୍ବା କର୍ମଚାରୀ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ହେଲାଭଳି କାର୍ଯ୍ୟ କରନ୍ତି ତା ହେଲେ ଆପଣ ମାନେ ସି ଭିଜିଲ ଆପ ଜରିଆରେ ତାଙ୍କର ଭିଡିଓ , ଫୋଟୋ ,ଓଡିଓ ପ୍ରଭୃତି ରେକର୍ଡ କରି ତୁରନ୍ତ ନିର୍ବାଚନ ଆୟୋଗଙ୍କୁ ପ୍ରେରଣ କରାଗଲେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଵୋଲି ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଚଳର ସମସ୍ତ ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

 

Exit mobile version