୦୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> କେସିଙ୍ଗା ବ୍ଳକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ୬ ଜଣ ସମିତି ସଭ୍ୟ, ସଭ୍ୟାଗଣ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଭବାନୀପାଟଣା ଠାରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ ୬ଜଣ ପଞ୍ଚାୟତ ଲୋକପ୍ରତିନିଧିଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ।କନ୍ତେଶିର ପଞ୍ଚାୟତର ସମିତି ସଭ୍ୟା ପିଙ୍କି ମାଝୀ,ସିର୍ଜାପାଲିରୁ ସିତାୟ ସାହୁ,
ତୁର୍ଲାଖମନର ସମିତି ସଭ୍ୟ ଟୁକୁରାମ ସାହୁ,ବେଳଖଣ୍ଡିରୁ ପ୍ରଦୀପ ନାଏକ, ହାତୀଖୋଜରୁ ମୀନା ନନ୍ଦ ଓ ତୁଣ୍ଡୁଲା ଗ୍ରାମ ପଞ୍ଚାୟତରୁ ରୀତାଞ୍ଜଳୀ ବାଗ ସମିତି ସଭ୍ୟା ପ୍ରମୁଖ ବିଜେଡି ଦଳରୁ କଂଗ୍ରେସ ଦଳକୁ ଆସିଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ, କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ଦ୍ରୈପଦୀ ମାଝୀ, ପୂର୍ବତନ ବିଧାୟକ ପ୍ରାର୍ଥୀ ଚିତ୍ତରଞ୍ଜନ ମଣ୍ଡଳ, ଦୁଃଖି ଶ୍ୟାମ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

