ନୟାଗଡ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI), ଭୁବନେଶ୍ୱର ପକ୍ଷରୁ ନୟାଗଡ ଆଇସିଆଇସିଆଇ (ICICI) ବ୍ୟାଙ୍କ ପରିସରରେ ଇଲେକ୍ଟ୍ରୋନିକ ବ୍ୟାଙ୍କିଙ୍ଗ ସଚେତନତା (e-BAAT) କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ସାଇବର ଠକଙ୍କ ଦ୍ୱାରା କିଭଳି ଆର୍ଥିକ ଠକାମୀର ଶିକାର ହେବା ନାହିଁହେଲେ କିଭଳି ସୁରକ୍ଷିତ ରହିବେ ସେ ସମ୍ପର୍କରେ ବ୍ୟାପକ ଆରବିଆଇ ଭୁବନେଶ୍ୱର ପକ୍ଷରୁ ଯୋଗ ଦେଇଥିବା ପ୍ରଶିକ୍ଷକ ବ୍ୟାପକ ଭାବେ ଗ୍ରାହକ ମାନଙ୍କୁ ବିଶେଷ ଭାବେ ସଚେତନ କରାଇଥିଲେ |

ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁଏ ସମ୍ପର୍କିତ ଅନୁଷ୍ଠିତ ଏକ ଲିଖିତ କୁଇଜ ପରୀକ୍ଷା କରାଯାଇ ସଫଳ ଅଂଶଗ୍ରହଣ କାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଭୁବନେଶ୍ୱରର ଅଧିକରୀ ତଥା କର୍ମଚାରୀ ଯୋଗଦେଇ ଉପସ୍ଥିତ ଗ୍ରାହକ ମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମକୁ ନୟାଗଡ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ପରିଚାଳକଙ୍କ ସମେତ କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେଇଥିଲେ. 

Exit mobile version