କାଲିମେଳା ବନାଞ୍ଚଳ ପଡ଼ିଆ ବନ ବିଭାଗ ତରପରୁ ଜଙ୍ଗଲରେ ନିଆଁ ନଲଗାଇଵା ପାଇଁ ସଚେତନତା କାର୍ଯ୍ୟକ୍ରମ

୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କାଳିମେଳା ବନାଞ୍ଚଳ ପଡ଼ିଆ ବନ ବିଭାଗ ତରଫରୁ ଜଙ୍ଗଲରେ ନିଆଁ ନଲଗାଇଵା ପାଇଁ ଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ କାଳିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ଟଙ୍କଧର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଗ୍ନିଶ୍ରମ ବିଭାଗ ଅଧିକାରୀ ଲକ୍ଷ୍ମୀଧର ଜାନୀ, ସମ୍ମାନୀତ ଅତିଥି ଭାବେ ପଡ଼ିଆ ପଞ୍ଚାୟତ ସରପଞ୍ଚ ଗଙ୍ଗା କାରାମ, ମାଟେରୁ ସରପଞ୍ଚ ଲଛମନ ମାଡକାମି ଓ ସ୍ଥାନୀୟ ଵନପାଳ ଫକୀର ଚରଣ ମହାଲି ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପଡ଼ିଆ ବନ ବିଭାଗ ଅଧିନରେ ଥିବା ସମସ୍ତ ବନ ସୁରକ୍ଷା ସମିତିର ସଭାପତି , ସ୍ବୟଂ ସହାୟକ ଗୋଷ୍ଠୀ, ଗ୍ରାମର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ସମସ୍ତ ଉପସ୍ଥିତ ଥିବା ଅତିଥି ମାନେ ଯୋଗଦେଇ ମହୁଳ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବା ଯୋଗୁଁ ମୁଲ୍ୟବାନ ଗଛପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଉଛି । ଏଥି ସହିତ ବନ୍ୟଜନ୍ତୁମାନେ ଜନବସତି ମୁହଁ ହୋଊଛନ୍ତି ବୋଲି ଅଭିଭାଷଣ ରଖିଥିଲେ ।

ତେଣୁ ସମସ୍ତେ ସଚେତନତା ହେବା ଦରକାର ଯେମିତିକି ଜଙ୍ଗଲ ସୁରକ୍ଷା ହୋଇପାରିବା ସହିତ ବନ୍ୟଜନ୍ତୁମାନେ ମଧ୍ୟ ସୁରକ୍ଷିତ ଭାବେ ରହିପାରିଵେ ବୋଲି ଉପସ୍ଥିତ ଅତିଥି ମାନେ ଗ୍ରାମବାସୀମାନଙ୍କୁ ବୁଝାଇବା ସହ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଲିମେଳା ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ ସହ ପି ଏନଜିଓ ଷ୍ଟାଫ୍ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରକୃତିର ବନ୍ଧୁ ପ୍ରଶାନ୍ତ କୁମାର ପରିଡ଼ା ପରିଚାଳନା କରିଥିବାବେଳେ ପଡ଼ିଆ ବନ ବିଭାଗର ବନପାଳ ଫକୀର ଚରଣ ମହାଲି, ବନରକ୍ଷୀ ପପିତା ଆଜମିରା, କାନନ ବିଶ୍ଵାସ, ନଵଦିତା ପଡିଆମି ଓ ପଙ୍କଜ କୁମାର ଦଳେଇ ସହଯୋଗ କରିଥିଲେ ।

Exit mobile version