
୨୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ଜିଲ୍ଲା ତଥା ପୁରୀ ସଂସଦୀୟ କ୍ଷେତ୍ର ଅଧିନସ୍ଥ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପନକୁ ଗୁରୁତ୍ୱ ଦେଉଛନ୍ତି । ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍ରେ ଆଜି ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ସାମିଲ ହୋଇଛନ୍ତି ।
ଆଜି ଅପରାହ୍ନରୁ ରାତି ମଧ୍ୟରେ ନୟାଗଡ଼ ବ୍ଲକ ୧୨ଟି ପଞ୍ଚାୟତ ମୁଖ୍ୟ ଗାଁରେ ନିର୍ବାଚନ ପ୍ରଚାର ସଭା କରାଯାଇଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁଢିପି, ନୋତର, ଗମ୍ଭାରିଡିହି, ଲାଠିପଡ଼ା, ଇଟାମାଟି, ବଡ଼ପଣ୍ଡୁସର, ବାଉଁଶିଆପଡ଼ା, ଜହ୍ନିପଦା, ବିରୁଡ଼ା, ଇକିରି, ରାଜପାଟଣା, କାଳିକାପ୍ରସାଦ ଗାଁରେ ସଭା ଅନୁଷ୍ଠିତ ହୋଇଛି ।