୨୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ପ୍ରବଳ ରୌଦ୍ର ତାପ ସତ୍ବେ ହଜାର ହଜାର ସମର୍ଥକଙ୍କ ଗହଣ ରେ ଏକ ବିରାଟ ଶୋଭାଯାତ୍ରା ଓ ପଟୁଆର ରେ ଆସି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ ଜନତା ଦଳ ନିକଟସ୍ଥ ଅସ୍ଥାୟୀ କାର୍ଯ୍ୟାଳୟ ଠାରୁ ପାରମ୍ପରିକ ନୃତ୍ୟ ,ବାଦ୍ୟ ଯନ୍ତ୍ର ତାଳେ ତାଳେ ବାଲିଗୁଡା ,କ.ନୂଆଗାଁ ,ତୁମୁଡିବନ୍ଧ , କୋଟଗଡ ବ୍ଲକ ଓ ବାଲିଗୁଡା ଏନଏସି ର ହଜାର ହଜାର ସମର୍ଥକଙ୍କୁ ନେଇ ସ୍ଥାନୀୟ ବସଷ୍ଟାଣ୍ଡ , ମୁଖ୍ୟ ବଜାର, ଗାନ୍ଧୀ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଡ.ରିନା ପ୍ରଧାନଙ୍କ ନିକଟ ରେ ୨ ସେଟ ପ୍ରାର୍ଥୀପତ୍ର ନାମାଙ୍କନ ଦାଖଲ କରିଥିଲେ ।
