ଅଳ୍ପକେ ବର୍ଷିଲେ ଯାତ୍ରୀ : ବୁଢୀଶୀଳ ଘାଟିରେ ଖସିଲା ବସ୍

୨୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :->  ଗଜପତି ଜିଲ୍ଲାର ଆର.ଉଦୟଗିରି ଠାରୁ ୪କିମି. ଦୂର ବୁଢୀଶୀଳ ଘାଟିରେ ପାରଳାଖେମୁଣ୍ଡିରୁ ମୋହନା ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୨୦-୪୮୯୨) ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ଷିଯାଇଛି ।

ପୂର୍ବାହ୍ନ ୯ଟା ସମୟରେ ବସ୍‌ଟି ଘାଟି ଉଠୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ ବସ୍‌ଟି ଏକ ବଡ ପଥରରେ ବାଡେଇ ହୋଇ ଅଟକି ଯାଇଥିଲା । ଯଦ୍ୱାରା ବସ୍‌ରେ ବସିଥିବା ୪୦ରୁ ଅଧିକ ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି ।

Exit mobile version