ଗଜପତି ଜିଲାର ବିଜେପି କାର୍ଯ୍ୟକାରୀ ସଭାପତି ହେଲେ ଶିବରାମ

୨୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି  :->  ଗଜପତି ଜିଲା ସଭାପତି ଭାବେ ଯୁବନେତା ଶିବରାମ ସୁଆରଙ୍କୁ ନିଯୁକ୍ତ କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଭାଜପା ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ରାଜପା ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ କିଛିବର୍ଷ ହେଲା ଶିବରାମ ଜିଲା ଉପସଭାପତି ଦାୟିତ୍ବରେ ଥିଲେ। ସାଧାରଣ ନିର୍ବାଚନ ଚାଲିଥିବା ବେଳେ ଶିବରାମଙ୍କ ନିଯୁକ୍ତି ଦଳ ପାଇଁ ଲାଭଦାୟକ ହେବ ବୋଲି ଅନୁମାନ କରାଯାଉଛି ।

ଜିଲ୍ଲା ସଭାପତି ତଥା ବିଧାୟକ କେ, ନାରାୟଣ ରାଓ ପୁଣି ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ଦଳୀୟ ସଂଗଠନ ପାଇଁ ଜଣେ କାର୍ଯ୍ୟକାରୀ ସଭାପତି ଆବଶ୍ୟକତାକୁ ଅନୁଭବ କରିଛି ଦଳ ଏଭଳି ଗୁରୁ ଦାୟିତ୍ଵ ଦେଇଥିବା ଯୋଗୁଁ ରାଜ୍ୟ ସଭାପତି ମନମୋହନ ସାମଲ ଓ ଜିଲା ସଭାପତି କେ ନାରାୟଣ ରାଓଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିବରାମ।

Exit mobile version