Home ଓଡ଼ିଶା ବେଗୁନିଆରେ ସ୍ୱାଭିମାନ ଦିବସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ସ୍ଥାନୀୟ ଆଦର୍ଶ କ୍ଲବ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ପୁଣ୍ୟ ଜନ୍ମତିଥି ଅବସରରେ ” ସ୍ୱାଭିମାନ ଦିବସ ” ପାଳିତ ହୋଇଯାଇଛି । ଏ ନେଇ ରବିବାର ପୂର୍ବାହ୍ନରେ କ୍ଲବ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ପୌରୋହିତ୍ୟ କରିଥିଲେ ।ପଣ୍ଡିତ ମାୟାଧର ପାଣିଗ୍ରାହୀଙ୍କ ମଙ୍ଗଳାଚରଣ ପାଠ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପରେ ଶ୍ରାବ୍ୟ ଉପକରଣ ମାଧ୍ୟମରେ ମଧୁବାବୁଙ୍କ ରଚିତ ‘ଉତ୍କଳ ସନ୍ତାନ ” କବିତା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ “ସନ୍ତାନର ଉକ୍ତି ” କବିତା ଗାନ କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ପରେ ସଭାପତି ସମସ୍ତଙ୍କୁ ସ୍ୱାଭିମାନ ସୁରକ୍ଷା ସମ୍ବନ୍ଧୀୟ ଶପଥ ପାଠ କରାଇଥିଲେ । ଏଥିରେ ରସାୟନ ବିଜ୍ଞାନୀ ଡ. ହରିପ୍ରସାଦ ଦାସ ମୁଖ୍ୟ ଅତିଥି , ବାଗ୍ମୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ବକ୍ତା ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମଧୁବାବୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ, କବିକେତନ ଗୌରଚରଣ ସାମନ୍ତସିଂହାର, ଶିକ୍ଷାବିତ ଶରତ କୁମାର ପଣ୍ଡା, ଦିବାକର ସାହୁ,ଗାୟକ ପ୍ରଦୀପ କିଶୋର ତ୍ରିପାଠୀ,ଜମ୍ବେଶ୍ଵର ମଙ୍ଗରାଜ,ବ୍ରଜବନ୍ଧୁ ପଣ୍ଡା ଓ ଅଶ୍ବିନୀ କୁମାର ପଟ୍ଟନାୟକ ପ୍ରମୁଖ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ସଭ୍ୟା ସୁଶ୍ରୀ ସଂଘମିତ୍ରା ରଥ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍ Related Content ଗଜପତି : ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ଏ ସି. ଏଫ.ଓ ସୌମ୍ୟ ମୃତ୍ୟୁ ମାମଲାରେ ରୋଷେୟା ଗିରଫ by Proprietor Abhimanyu Maharana October 1, 2026 ଆଇଆଇଟି ଭୁବନେଶ୍ୱରରେ ଓଡିଆପ୍ରେନ୍ୟୁର୍ ୩.୦ ରାଜ୍ୟସ୍ତରୀୟ ହ୍ୟାକାଥନ୍ ଉଦ୍ଘାଟିତ by Proprietor Abhimanyu Maharana October 1, 2026 Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026