ଡଙ୍ଗରପଡ଼ା ଆଞ୍ଚଳିକ ପଲ୍ଲୀ ମହୋତ୍ସବ ଉଦଘାଟିତ 

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :->  ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମସ୍ଥିତ ଆଞ୍ଚଳିକ ପଲ୍ଲୀ ମହୋତ୍ସବ ଉଦଘାଟିତ ହୋଇଛି। ଏଥିରେ ଅନୁଷ୍ଠାନର ସଭାପତି ବିଜୟ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ଦଳର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି,ସମାଜସେବୀ ଭିକାରୀ ଚରଣ ସାହୁ ମୁଖ୍ୟବକ୍ତା,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଉପା ଧକ୍ଷ ସାବିତ୍ରୀ ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀ, ସରପଂଚ ଅକ୍ଷୟ କୁମାର ରାଉତରାୟ,ଦମୟନ୍ତୀ ସାମନ୍ତରାୟ, ଲୀଲା ସ୍ଵାଇଁ,

କରୁଣାକର ଦଳସିଂହରାୟ, ଶିକ୍ଷାବିତ ପବିତ୍ର ମୋହନ ଖାଡଙ୍ଗା, ସମାଜସେବୀ ମନୋଜ କୁମାର ପ୍ରଧାନ, ଜିତେନ୍ଦ୍ର ପାହାଡସିଂହ, ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ପାଇକରାୟ ଓ ସମ୍ପାଦକ ନମିତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଇଚାରା ଓ ସଂସ୍କୃତିକୁ ଉଜ୍ଜୀବିତ କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ସମ୍ପାଦକ ଦିବ୍ୟ ଲୋଚନ ବିଶ୍ଵାଳ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଜମ୍ବେଶ୍ଵର ମଙ୍ଗରାଜ ସଂଯୋଜନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Exit mobile version