କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ଙ୍କୁ ବିରୋଧ : କଳା ପତାକା ଦେଖାଇ କଲେ ବିରୋଧ ପ୍ରଦର୍ଶନ

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ  :->  କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ଙ୍କୁ ପ୍ରଚାର ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବନ୍ଧୁଗାଁ ଠାରେ କଳା ପତାକା ଦେଖାଇ ବା ସହିତ ବିରୋଧ କରା ଯାଇଥିବା ଜଣାପଡ଼ିଛି । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେଉଛି । ସୂଚନାଯୋଗ୍ୟ ଶନିବାର ବନ୍ଧୁଗାଁ ବ୍ଲକ କୁ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ଙ୍କ ସହିତ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତା ସେମାନଙ୍କ ସମର୍ଥକଙ୍କ ସହିତ ନିର୍ବାଚନ ପ୍ରଚାରରେ ଯାଇଥିଲେ ।

ତେବେ ସେଠାକୁ ହଠାତ୍ କିଛି ଆଦିବାସୀ ମହିଳା ଆସି କଳା ପତାକା ପ୍ରଦର୍ଶନ କରିବା ସହିତ ସପ୍ତଗିରି ଉଲ୍ଲାକା ମୁର୍ଦ୍ଦ ବାଦ୍ , ପବିତ୍ର ସାଉନ୍ତା ମୁର୍ଦ୍ଦା ବାଦ୍ ବୋଲି ନାରାବାଜି କରି ବିରୋଧ କରିଥିଲେ । ଯାହାଫଳରେ ସେଠାରେ କିଛି ସମୟ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମୟ ପରେ ପରିସ୍ଥିତି ସ୍ବାଭାବିକ ହେବା ପରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ସେମାନଙ୍କ ସମର୍ଥକ ସହିତ ପ୍ରଚାର କରି ଫେରିଥିଲେ । ସୂଚନାଯୋଗ୍ୟ ବନ୍ଧୁଗାଁ ବ୍ଲକର ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା କଂଗ୍ରେସରେ ଥିଲେ,

ତାଙ୍କର ଅଭିଯୋଗ ହେଉଛି ସାଂସଦ ଶ୍ରୀ ଉଲ୍ଲାକା ତାଙ୍କୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ୍ ଦେବେ ବୋଲି ପ୍ରତିଶ୍ରୁତି ଦେଇ ସଂଗଠନ କାମରେ ଲଗାଇଥିଲେ ଯାହାଫଳରେ ତାଙ୍କର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଟିକେଟ୍ ପାଇଁ ସେ ଆଶାବାଦୀ ଥିବା ବେଳେ ଏଠାରୁ ପବିତ୍ର ସାଉନ୍ତାଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଗୀତାଞ୍ଜଳି ତାଙ୍କର ସମର୍ଥକମାନଙ୍କୁ ନେଇ ବିଜେଡିରେ ମିଶିଛନ୍ତି । ଏଣୁ ଶନିବାର ସପ୍ତଗିରି ପ୍ରଚାର ପାଇଁ ଆସିଥିବା ବେଳେ ଗୀତାଞ୍ଜଳି ଙ୍କ ସମର୍ଥକ ମାନେ ତାଙ୍କୁ ବିରୋଧ ପଦର୍ଶନ କରି କଳା ପତାକା ଦେଖାଇ ଥିବା ଅନୁମାନ କରାଯାଉଛି । ତେବେ ଏଭଳି ବିରୋଧର ପ୍ରଭାବ କିପରି ପଡିବ ନିର୍ବାଚନ ପରେ ତାହା ଜଣା ପଡିବ ।

Exit mobile version