ବିଜୁଳି ମାଡ଼ରେ ହୁତୁ ହୂତୁ ହୋଇ ଜଳିଲା ନଡ଼ିଆ ଗଛ 

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କୁଳlସର ଅନ୍ତର୍ଗତ ନୀଳପଲ୍ଲୀ ମୁସୁଲିମ୍ ସାହି ମସଜିଦ ନିକଟରେ ଥିବା ଏକ ନଡ଼ିଆ ଗଛରେ ପ୍ରଚଣ୍ଡ ଆବାଜ୍ କରି ଅପରାହ୍ନରେ ଘଡଘଡି ମାରିବା ସହ ବିଜୁଳି ମାରି ନଡ଼ିଆ ଗଛ ଟିଏ ହୁତୁହୁତୁ ହୋଇ ଜଳିବାକୁ ଲାଗିବାରୁ ଉପସ୍ଥିତ ଗ୍ରାମବାସୀମାନେ ଭୟ ଭିତ ହୋଇ ପଡ଼ିଥିଲେ। ନଡ଼ିଆଗଛ ତଳେ ଏକ ଚାଳ ଘର ଥିବାରୁ ଉପସ୍ଥିତ ଗ୍ରାମବାସୀମାନେ ନିକଟସ୍ଥ ମସଜିଦ କୂଅରୁ ପାଣି ଵୋହି ଚାଳ ଉପରକୁ ଫୋଫାଡି ବାକୁ ଲାଗି ପଡିଥିଲେ।

ଫଳରେ ଏକ ବଡ ବିପଦରୁ ବର୍ତ୍ତି ଯାଇଥିଲା ନୀଳପଲ୍ଲୀ ଗ୍ରାମ। ଉପସ୍ଥିତ ଜନତା ଫାୟର ଅଫିସକୁ ଫୋନ କରି ଥିଲେ ! ରଣପୁର ଅଗ୍ନିଶ୍ରମ ବିଭାଗ ଅଫିସର୍ ଅମରେନ୍ଦ୍ର ତ୍ରୀପାଠୀ ପାଣି ଟ୍ୟାଙ୍କର ଗାଡ଼ି ଓ ଦଳବଳ ସହ ନୀଳପଲ୍ଲୀ ରେ ପ୍ରାୟ ଅଧଘଣ୍ଟା ପରେ ପହଞ୍ଚି ନଡିଆ ଗଛ ଉପରକୁ ପାଣି ମାରିଥିଲେ , କିନ୍ତୁ ସାମାନ୍ୟ ବର୍ଷା ହେତୁ ନିଆଁ ପୂର୍ବରୁ ଥମି ଯାଇଥିଲା। ଏଥିରେ କୌଣସି ଜନ ଜୀବନ କ୍ଷତି ହୋଇ ନଥିବା ଗ୍ରାମବାସୀଙ୍କ ଠାରୁ ସୁଚନା ମିଳିଛି।

Exit mobile version