ନିଆଳିରେ ବିଜେପିର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଓ ନେତା ବିଜେଡି ଛାଡ଼ି ବିଜେପିରେ ମିଶିଲେ

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା, ଅନ୍ତର୍ଗତ ନିଆଳି ବ୍ଳକ ନିକଟ ସ୍ଥିତ ରଶ୍ମୀପ୍ରଭା ମଣ୍ଡପରେ ଗୁରୁବାର ଦିନ ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ନିଆଳି ବ୍ଲକ୍ , ଅଁଳ ପଞ୍ଚାୟତର ସରପଞ୍ଚ କଳ୍ପନା ଜେନା ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଧବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିବା ଜଣାଯାଇଛି । ଅପରାହ୍ନରେ ବିଳାଶୁଣୀ ଠାରୁ ବିଜେପିର ଏକ ବିରାଟ ଶୋଭାଯାତ୍ରା ବାହାରି ନିଆଳି ବଜାର ପରିକ୍ରମା କରି ରଶ୍ମିପ୍ରଭା ମଣ୍ଡପରେ ପହଞ୍ଚିଥିଲେ ।

ରଶ୍ମି ପ୍ରଭା ମଣ୍ଡପଠାରେ ଆୟୋଜିତ ବିଜେପିର ଏକ ମିଶ୍ରଣ ପର୍ବ ସଭାରେ କସର୍ଦା ମଣ୍ଡଳ ସଭାପତି ପ୍ରଭାତ ଜେନା ସଭାପତିତ୍ଵ କରିଥିଲାବେଳେ ବିଜେପିର ନିଆଳି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ ଓ ଜଗତ୍‌ସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଯୋଗଦେଇଥିଲେ । ଏହି ଉତ୍ସବରେ ଅଁଳୋ ପଞ୍ଚାୟତର ସରପଞ୍ଚ କଳ୍ପନା ଜେନା ଓ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।

ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କ ଦ୍ଵାରା ନୂତନ ଭାବେ ବିଜେପି ଦଳରେ ଯୋଗ ଦେଇ ଥିବା କର୍ମୀ ଓ ନେତାମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ଦଳକୁ ସ୍ଵାଗତ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନିଆଳି ବିଧାନସଭା ପ୍ରଭାରୀ ଗୋକୁଳ ପ୍ରଧାନ, ସରପଞ୍ଚ ସୌମ୍ୟ ରଞ୍ଜନ ନାୟକ, ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ଲେଙ୍କା, ପ୍ରଦୀପ୍ତ ପାତ୍ର, ବୃଷକେତୁ ସାମଲ, ଗଣେଶ୍ଵର ମିଶ୍ର, ସନ୍ତୋଷ ବିଶ୍ଵାଳ, ରାଘବ ଚନ୍ଦ୍ର ବେହେରା, ଜ୍ୟୋତି ରଞ୍ଜନ ମହାନ୍ତି, ବିଶମ୍ବର ଜେନା, ସଂଗ୍ରାମ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ବହୁ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଏବେ ନିଆଳି ବିଜେପିରେ ଶହ ଶହ ସଂଖ୍ୟାର ଭୋଟର ଓ କର୍ମୀ ଓ ନେତାମାନେ ମିଶିବାର ଲାଗିଛନ୍ତି ।

Exit mobile version