Home ଓଡ଼ିଶା ଅସହ୍ୟ ଗରମ ରେ ବିଦ୍ୟୁତ କାଟ : ଦୈନିକ 5ଘଣ୍ଟା ହେଉଛି କଟ….ହିତାଧିକାରୀ ହନ୍ତସନ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି , ଛେଳିଗଡ, ମହେନ୍ଦ୍ରଗଡ, ରାମଗିରି, ଛେଳାଗଡ, ସିଆଲିଲଟି, ତବାରସିଙ୍ଗ୍, ମଙ୍ଗରାଜପୁର, ଅବାରସିଂ, ଶଵପୋଲି ଗଜପତି ଜିଲ୍ଲାର ୨ଗୋଟି ବ୍ଲକ ଯଥା ମୋହନା ଅଡବା, ଚନ୍ଦ୍ରଗିରି, ଚାନ୍ଦିପୁଟ, ନୂଆଗଡ ଖଜୁରିପଦା, ବଡପଦା, କେରେଡାଙ୍ଗ, ତିତିସିଂ, ଏନ, ଝାଲରସିଂ, ତାବରଡା ,ପରିମଳ, ସମଲପୁର ଅନୁଗୁର, ଉଦୟପୁର , ସୁନ୍ଦରଡାଙ୍ଗ, କିରାମା ଆଦି ଅଞ୍ଚଳରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ଅଘୋଷିତ ଭାବେ ବାରମ୍ବାର ବିଦୁତ କାଟ ହେବାରେ ଲାଗିଛି. ଉତ୍ତାପ ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରିଛି. ଲୋକେ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗତ କିଛିଦିନ ହେଲା ପ୍ରତି ଦିନ ୨ରୁ ୫ଘଣ୍ଟା ବିଦ୍ୟୁତ କାଟ ହେଉଛି। ସନ୍ଧ୍ୟାରେ ବିଦ୍ୟୁତ କାଟ ଯୋଗୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାଘାତ ଘଟୁଛି। ଏହି ପରମ୍ପରା ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳୁଛି। ଗ୍ରୀଷ୍ମ ଦିନେ ୨୪ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଉଛି। ଏହା ଏଠାରେ କେବଳ ବାକ୍ୟରେ ସୀମିତ ରହିଲା ଭଳି ଲାଗୁଛି। ବଜ୍ରପାତ କିମ୍ବା ପବନ ବର୍ଷା ହେଲେ ବିଦ୍ୟୁତ କାଟ ସ୍ଵାଭାବିକ କଥା। କିନ୍ତୁ ଏଠାରେ ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ କାଟର ଭୟ ରହିଥାଏ। ଅନ୍ୟପକ୍ଷରେ ପରିଚାଳନା ଗତ କାରଣ ବା ମେଣ୍ଟେନଂସ୍ ନାମରେ ଡ଼ାକବାଜି ଯନ୍ତ୍ରରେ ଘୋଷଣା କରାଯାଇ ପ୍ରତିମାସରେ ୬ରୁ ୭ଘଣ୍ଟା ବିଦ୍ୟୁତ କାଟ କରାଯାଏ। ଏହି ନିକଟ ଅତୀତରେ ଲଗାତାର ଭାବେ ଏପରି ହେଇଚି। ଏଠାରେ ପ୍ରଶ୍ନ ଉଠେ ଘୋଷିତ ଭାବେ ବିଦ୍ୟୁତ କାଟ କରି କିପରି କାର୍ଯ୍ୟ ହୁଏ ଯେ ଅଘଷିତ କାଟ କରିବାକୁ ପଡେ ଯାହା ଦ୍ଵାରା ସାଧାରଣ ଲୋକେ ଅସୁବିଧାର ସମ୍ମୁଖିନ ହୁଅନ୍ତି। କିଛି ସାଧାରଣ ଲୋକଙ୍କ କହିବା କଥା ହେଲା ବିଦ୍ୟୁତ ଵିଲ ସଠିକ ଆଦାୟ ହେଉଛି କି ନାହିଁ ତାହା ନିରୀକ୍ଷଣ କରିବାକୁ ଅଧିକାରୀ ତଥା ଯନ୍ତ୍ରୀ ମାନେ ଯେତିକି ତତ୍ପରତା ଦେଖନ୍ତି ସଠିକ ବିଦ୍ୟୁତ ସେବା ଲୋକଙ୍କ ପାଖରେ କିପରି ପହଞ୍ଚିବ ସେ ଦିଗରେ ଏତେଟା ଆଗ୍ରହ ଦେଖିବାକୁ ମିଳେ ନାହିଁ। ଏହି ଅଘୋଷିତ ବିଦ୍ୟୁତ କାଟ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବଢ଼ାଉଛି। ଏହା ତେଜିବା ପୂର୍ବରୁ ଏହି ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ଏଵଂ ସାଧାରଣ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି। ଆର, ଉଦୟଗିରି ସେଶନରେ ସକାଳ ୮ଟା ବିଦ୍ୟୁତ କଟି ୧୦ଟା ସମୟରେ ଆସିଥିଲା, ତାପରେ ଉଦୁଉଦିଆ ଖରା ୧୨ଟା ଯାଇ ୧ ଘଣ୍ଟ ସମୟରେ ଆସିଥିଲା ପୃଣି ଅପରାନ ୪ଟା ରୁ ବିଦ୍ୟୁତ କଟି ରାତ୍ର ୧୯ ଟା ପର୍ଯ୍ୟନ୍ତ ବିଦ୍ୟୁତ ଆସିନଥିଲା । ଏହି ବିସୟ ନେଇ ବିଦ୍ୟୁତ ବିଭାଗର ଏସଡିପିଓ ପଚାରିବାରୁ ସେକହିଥିଲେ ଆମେର ଏଠୁ କଟିନି ମୋହନା ଗିଡିକୋରୁ କଟିଛି । ବିଦ୍ୟୁତ ଚାଲିଯିବା ପରେ ନେଟଓ୍ବର୍କ ମଧ୍ୟ ଚାଲିଯିବା ଅଞ୍ଚଳର ଲୋକେ ହଟହଟା ହେବାକୁ ପଡୁଛି । ବିଦ୍ୟୁତ ବିଭାଗ ସାମାନ୍ୟ ବର୍ଷ କିମ୍ବା ପବନ ଆରମ୍ଭ ହେଉ ହେଉ ବିଦ୍ୟୁତ୍ କଟିଯାଇ ପବନ, ବର୍ଷା ବନ୍ଧ ହୋଇଯାଇଥିଲେ ବିଦ୍ୟୁତ ଆସିବା ନା ଧରନି ଯାହାଫଳରେ ଅଞ୍ଚଳ ଲୋକେ ହଟହଟା ହେଉଛନ୍ତି । ଶନିବାର ଫୋର ବିଦ୍ୟୁତ କଟି ୪.୩୦ ଯାଇ ୫.୩୦ ଆସିଥିଲା । ପୁଣି ସକାଳ ୧୦ ବିଦ୍ୟୁତ କଟି ଖବର ପଠାଇବା ପର୍ଯ୍ୟନ୍ତ ବିଦ୍ୟୁତ ଗ୍ରାମକୁ ଆସିନଥିଲା । ବିଦ୍ୟୁତ ବାରମ୍ବାର କଟିବା ଯୋଗୁଁ ପଞ୍ଚାୟତ ଦ୍ବାରା ଗ୍ରାମକୁ ଯୋଗାଯାଉଥିବା ପାଣି ମଧ୍ୟ ଲୋକେ ପାଇପାରୁନାହିଁନ୍ତି । ତାହାର କିଛି ସମୟ ମଧ୍ୟରେ ନେଟଓ୍ବର୍କ ମଧ୍ୟ କଟିଯାଉଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026