
୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର/ବାଲିକୁଦା :-> ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କର ସପକ୍ଷରେ ଜନମତ କ୍ରମଶଃ ଜୋରଦାର ହେବାରେ ଲାଗିଥିବା ଲକ୍ଷ୍ୟ କରାଯାଉଛି। ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ମୂଳବାସିନ୍ଦା ୩୮ ବର୍ଷ ବୟସ୍କ ସତ୍ୟ, ଗାଁ ପୁଅ ହେବା ସାଙ୍ଗକୁ ଖୁବ୍ କମ ବୟସରେ ଜାତୀୟ ରାଜଧାନୀ କ୍ଷେତ୍ରର ଗୁରୁଗ୍ରାମଠାରେ ବ୍ୟାପାର ଜଗତରେ ବେଶ ସୁନାମ ଅର୍ଜନ କରିବା ବିଷୟ ତାଙ୍କ ସପକ୍ଷରେ ଯାଉଛି। ଶ୍ରୀ ମହାନ୍ତିଙ୍କର ଯୁବ ଚେହେରା, ସତେଜ ବ୍ୟକ୍ତିତ୍ଵ, ସ୍ୱଚ୍ଛ ଭାବମୂର୍ତ୍ତି, ସରଳ ପ୍ରକୃତି, ସଚ୍ଚୋଟ ଚରିତ୍ର, କଷ୍ଟ ସହିଷ୍ଣୁ ସ୍ଵଭାବ, ଶୃଙ୍ଖଳିତ ଆଚରଣ, ଭଦ୍ର ବ୍ୟବହାର, ପରୋପକାରୀ ମନୋଭାବ, ଉଦାରମନା ଆଚାର ଏବଂ ସର୍ବୋପରି ଗରିବ – ଗୁରୁବା ପ୍ରେମୀ ଦୃଷ୍ଟିଭଙ୍ଗୀକୁ ସାଧାରଣ ଭୋଟଦାତାମାନେ ବହୁତ ପସନ୍ଦ କରୁଛନ୍ତି। ବାଲିକୁଦାର ଏକ ସମ୍ମାନସ୍ପଦ ସମ୍ଭ୍ରାନ୍ତ ପରିବାରର ଯୋଗ୍ୟ ଦାୟଦ ସତ୍ୟଙ୍କର ଜେଜେ ବାପା ସ୍ୱର୍ଗତଃ ପର୍ଶୁରାମ ମହାନ୍ତି ଏହି ଇଲାକାର ପ୍ରସିଦ୍ଧ ସ୍ଵାଧୀନତା ସଂଗ୍ରାମୀ ଏବଂ ମଉସା ବିଶିଷ୍ଟ ଜନନାୟକ ତଥା ଲୋକସଭାର ପୂର୍ବତନ ବାଚ୍ଚସ୍ପତ୍ତି ରବି ରାୟ ଥିଲେ। ନିଜ ପରିବାରର ସୁଦୂର ପ୍ରସାରୀ ଲୋକ ସଂପର୍କ ଏବଂ ସୁବିସ୍ତୀର୍ଣ୍ଣ ଜନସୁନାମକୁ ଆଧାର କରି ସତ୍ୟ, ରାଜନୀତିରେ ତାଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

