ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ୯ମ ସନ୍ଧ୍ୟା, ଶ୍ରୀରାମ ବିଳାପ ଓ ଶବରୀ ମୋକ୍ଷ

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାରେ ଆଜିର ପ୍ରସଙ୍ଗ କରୁଣ ରସରେ ଭରପୁର ଅଟେ। ଶ୍ରୀରାମ ଲକ୍ଷ୍ମଣ ଙ୍କ ଅନୁପସ୍ଥିତିରେ ଲଙ୍କାରାଜା ରାବଣ ସୀତାହରଣ କରି ନେଇଯିବା ପରର ଦୃଶ୍ୟ ଆଜି ଅଭିନୀତ ହୁଏ। ଅସୁର ମଲାବେଳେ ତ୍ରାହି ଲକ୍ଷ୍ମଣ ଚିତ୍କାର ଶୁଣି ଶ୍ରୀରାମ ବ୍ୟଥିତ ଥିଲେ। ଏତିକି ବେଳେ ସ୍ଵଂୟ ଲକ୍ଷ୍ମଣ ଆସି ଶ୍ରୀରାମଙ୍କୁ ମିଳିବା ଦେଖି ସେ ଆହୁରି ବ୍ୟଥିତ ହୋଇ ପର୍ଣ୍ଣ କୁଟିଆ କୁ ଫେରି ଆସି ଦେଖନ୍ତି ତ ସୀତା ଆଉ ନାହାନ୍ତି। ଏହା ଦେଖି ଶ୍ରୀରାମ ଶୋକାକୁଳ ହୋଇ ଏଣେ ତେଣେ ଖୋଜି ବୁଲନ୍ତି। ମାତ୍ର କୋଉଠି ହେଲେ ସୀତାଙ୍କୁ ପାଆନ୍ତି ନାହିଁ।

ଏତିକି ବେଳେ କବନ୍ଧ ଅସୁର ସେମାନଙ୍କୁ ଖାଇବାକୁ ଆକର୍ଷଣ କରେ। ମାତ୍ର, ଶ୍ରୀରାମ ଲକ୍ଷ୍ମଣ ତାହାର ବାହୁ ଛେଦନ କରନ୍ତି ଓ ସେ ମୋଖପ୍ରାପ୍ତି ହୁଏ। ଏମିତି ଯିବାବେଳେ ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ଜଟାୟ ପକ୍ଷୀ କୁ ଦେଖନ୍ତି। ସେ ସୀତାଙ୍କୁ ରାବଣ ହରଣ କରିଥିବା କଥା କହି ଶେଷ ନିଶ୍ବାସ ତ୍ୟାଗ କରେ। ରାମ ନିଜେ ଜଟାୟୁ ର ସନ୍ତାନ ଭାବରେ ତାହାର ଦାହ ସଂସ୍କାର କରନ୍ତି। ଏମିତି ଭାବରେ ବାଟ ଅତିକ୍ରମ କଲାବେଳେ ତପସ୍ଵିନୀ ଶବରୀଙ୍କ ଆଶ୍ରମ ଆସେ। ଶବରୀ ତପସ୍ଵିନୀ ବହୁ କାଳରୁ ଶ୍ରୀରାମଙ୍କୁ ଦର୍ଶନ କରିନଥିଲେ। ସେ ରାମଚନ୍ଦ୍ରଙ୍କୁ ଆତିଥ୍ୟ ଦେଇ ସୀତାଙ୍କ ସମ୍ବାଦ ନେଇ ଶରୀର ତ୍ୟାଗ କରି ମୋକ୍ଷ ପ୍ରାପ୍ତି ହୁଅନ୍ତି।

ତଦୁତାରେ ଶ୍ରୀରାମ ଙ୍କ ମଧ୍ୟରେ ସୀତାଙ୍କ ସନ୍ଧାନ କରି ଦକ୍ଷିଣକୁ ଗମନ କରନ୍ତି। ଏ ଭିତରେ ଏକ କୌତୁକ ପୂର୍ଣ୍ଣ ଘଟଣା ହୁଏ। ତୃଣାର୍ତ୍ତ ଶ୍ରୀରାମଙ୍କୁ ପୋଷାକ ବାଳକ ମାନେ ସଦ୍ୟ ଦୁଗଧ ପ୍ରଦାନ କରନ୍ତି। ଏଥିରେ ଖୁସି ହୋଇ ଶ୍ରୀରାମ ଆଗାମୀ ଜନ୍ମରେ ସେମାନଙ୍କ ସଖା ଭାବରେ ଜନ୍ମଗ୍ରହଣ କରିବେ ବୋଲି ବରଦାନ କରନ୍ତି। ଏ ଯାତ୍ରା ସମୟରେ ଅଧୁନା ଚଳମାନ ରାବଣ ଓ ପୁଷ୍ପକ ବିମାନ ମହାବୀର କ୍ଷେତ୍ର ବଡ଼ ଦାଣ୍ଡର ପଞ୍ଚବଟୀ ମଞ୍ଚ ପାଖାପାଖି ରହେ। ଜନ ସମାଗମ ଏହାକୁ ଦେଖି ଆନନ୍ଦ ରେ ବିଭୋର ହୁଅନ୍ତି। ଏହା ଏକ ଭିନ୍ନ ଆକର୍ଷଣ ଅଟେ।

Exit mobile version