Home ଓଡ଼ିଶା ଡାବୁଗାଁ ଓ ନବରଙ୍ଗପୁରରେ ପାଣ୍ଡିଆନଙ୍କ ଶଙ୍ଖନାଦ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଶଙ୍ଖ ବିକାଶର ପରିଚୟ, ୯୦ ପ୍ରତିଶତ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ. ବିଶାଳ ଜନସମୁଦ୍ର ଦେଖି ବିରୋଧୀ ଆତ୍ମବିଶ୍ବାସ ହରେଇ ବସିଲେଣି. ପଞ୍ଚାୟତ ନିର୍ବାଚନରେ ଆମେ ସବୁ ଜିଲ୍ଲାରେ ଜିତିଲୁ, ସେବେଠୁ ବିରୋଧୀଙ୍କ ନିଦ ନାହିଁ, ସେମାନେ ବାଚାଳ ହୋଇ ମିଛ ଗପୁଛନ୍ତି. ଜନଜାତି ସଶକ୍ତ ହେଲେ ଓଡିଶା ସଶକ୍ତ ହେବ, ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କୋଉ ରାଜ୍ୟ ବି ଚିନ୍ତା କରିନାହିଁ, ପରିବାରର ଉନ୍ନତି ହେଲେ ଦେଶର ଉନ୍ନତି ହେବ, ସ୍କୁଲ କଲେଜ ହଷ୍ଟେଲ କରି ମୁଖ୍ୟମନ୍ତ୍ରୀ ଶିକ୍ଷାର ବିକାଶ କରୁଛନ୍ତି, ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ଦୁଇଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ. ଭୋଟ ପରେ ବିରୋଧୀଙ୍କ ଦେଖା ମିଳିବ ନାହିଁ, ମୁଖ୍ୟମନ୍ତ୍ରୀ କିନ୍ତୁ ପ୍ରତିଶ୍ରୁତି ପୂରଣ କରୁଛନ୍ତି, କାମର ଗୋଟି ଗୋଟି ହିସାବ ଦେଉଛନ୍ତି. ସବୁ ଧର୍ମର ବିଶ୍ବାସକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି, ସମସ୍ତଙ୍କ ବିକାଶ ଚାହାନ୍ତି, ସେଥିପାଇଁ ମନ୍ଦିର ମସଜିଦ ଚର୍ଚ୍ଚ ଅଲେଖ ମହିମା ପୀଠ ଗୁରୁଦ୍ବାର ଆଦି ସବୁ ଧର୍ମପୀଠର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି. ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି . ନବରଙ୍ଗପୁରରେ ୧୯୫୦ କୋଟି ଟଙ୍କାର ବିକାଶ କାମ ଚାଲିଛି ୨୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନବରଙ୍ଗପୁର :-> ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ୯୦ ପ୍ରତିଶତ ଭୋଟିଂ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି। ସେମାନେ ଆତ୍ମବିଶ୍ବାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି। ବିରୋଧୀଙ୍କୁ ନିଶାଣ କରି ସେ କହିଲେ ଯେ ଦିନେ ନ ଶୋଇଲେ ମୁଣ୍ଡ ବିନ୍ଧେ, ଦୁଇ-ତିନି ଦିନ ନିଦ ନ ହେଲେ ମୁଣ୍ଡ ବୁଲାଇବା ଆରମ୍ଭ କରେ। କିନ୍ତୁ ବର୍ଷେ ଦି ବର୍ଷ ନ ଶୋଇଲେ ଜାଣିଛନ୍ତି କଣ ହୁଏ ? ବାଚାଳାମୀ ଆରମ୍ଭ ହୁଏ । ପଞ୍ଚାୟତ ନିର୍ବାଚନରେ ଆମେ ସବୁ ଜିଲ୍ଲାରେ ଜିତିଲୁ। ସେବେଠାରୁ ବିରୋଧୀଙ୍କ ଆଖିରେ ନିଦ ନାହିଁ। ତେଣୁ ସେମାନେ ବାଚାଳ ହୋଇ ମିଛ ଗପୁଛନ୍ତି, ଏଣୁତେଣୁ ଗପୁଛନ୍ତି । ସେ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟ। ତାଙ୍କ ହୃଦୟରେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି। ତାଙ୍କର ଦୃଢ ବିଶ୍ବାସ ଯେ ଜନଜାତି ସଶକ୍ତ ହେଲେ ଓଡିଶା ସଶକ୍ତ ହେବ। ତେଣୁ ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆପଣଙ୍କ ଭାଷା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ କରାଯାଉଛି। ଏ କଥା କେଉଁ ରାଜ୍ୟ ବି ଚିନ୍ତା କରିନାହିଁ। ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ପରିବାରର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଆପଣଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଅଫିସର ହେଲେ ଆପଣଙ୍କର ଉନ୍ନତି ହେବ, ଆପଣଙ୍କ ପରିବାରର ଉନ୍ନତି ହେବ, ଓଡିଶା ତଥା ଦେଶର ଉନ୍ନତି ହେବ। ତେଣୁ ସେ ସ୍କୁଲ କଲେଜ ହଷ୍ଟେଲ କରି ଶିକ୍ଷାର ବିକାଶ କରୁଛନ୍ତି। ଓଡିଶାରେ ଦେଶର ସବୁଠାରୁ ଅଧିକ ହଷ୍ଟେଲ ନିର୍ମାଣ କରାଯାଇଛି। 5T ଜରିଆରେ ସ୍କୁଲ କଲେଜର ରୂପାନ୍ତରଣ ହୋଇଛି। ଜନଜାତି ପିଲାଙ୍କୁ ଡବଲ ସ୍କଲାରସିପ୍ ମିଳୁଛି। ପୋଷ୍ଟ ମାଟ୍ରିକ ଏବଂ ନୂଆ-ଓ। ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ଦୁଇଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି। ଅନ୍ବେଷା ହଷ୍ଟେଲରେ ଜନଜାତି ପିଲାମାନେ ଇଂରାଜୀରେ କଥା ହେଉଛନ୍ତି। ବହୁତ ଛୋଟ ଛୋଟ କେସ୍ରେ ଆପଣମାନେ କୋର୍ଟ କଚେରୀ ଦୌଡି ଦୌଡି ବହୁତ ହଇରାଣ ହୁଅନ୍ତି। ତେଣୁ ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଥିଲେ ଯେ ସବୁ ଧର୍ମର ବିଶ୍ବାସକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି। ସମସ୍ତଙ୍କ ବିକାଶ ଚାହାନ୍ତି, ସେଥିପାଇଁ ମନ୍ଦିର ମସଜିଦ ଚର୍ଚ୍ଚ ଅଲେଖ ମହିମା ପୀଠ, ଗୁରୁଦ୍ବାର ଆଦି ସବୁ ଧର୍ମପୀଠର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । ସବୁ ସମାଜର ଭଲ ହେଉ, ଏହା ତାଙ୍କର ଉଦ୍ଦେଶ୍ୟ । ବିରୋଧୀ ଦଳକୁ ଟାର୍ଗେଟ କରି ସେ ପୁଣି କହିଲେ ଯେ ଭୋଟ ପରେ ବିରୋଧୀଙ୍କ ଦେଖା ମିଳିବ ନାହିଁ । ବଡ ବଡ କଥା କହି ପଳେଇବେ। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପୂରଣ କରୁଛନ୍ତି। କାମର ଗୋଟି ଗୋଟି ହିସାବ ଦେଉଛନ୍ତି। ଆମେ ସମସ୍ତେ ହିସାବ ଦେଉଛୁ। ନବରଙ୍ଗପୁରର ବିକାଶ ପାଇଁ ୧୯୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ଡାବୁଗାଁ ରେ ୭୦ କୋଟି ଟଙ୍କାର କାମ ଚାଲିଛି। ଡାବୁଗାଁ ନିର୍ବାଚନମଣ୍ଡଳୀରେ ଚାଲୁଥିବା ବିକାଶ କାମର ହିସାବ ଦେଇ ସେ କହିଲେ ଯେ କୋଷାଗୁମୁଡା ଭାୟା ମୋଟିଗାଁ ଓ କୋଟାଗାଁ ଦେଇ ମଧ୍ୟପ୍ରଦେଶ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରମ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଛି । ପାପଡାହାଣ୍ଡି – କୁଡିଗାଁ-କୋଷାଗୁମୁଡା ରାସ୍ତା ପାଇଁ ୪୫ କୋଟି ଟଙ୍କା । ଡାବୁଗାଁ-ଉମରହାଣ୍ଡି ରାସ୍ତାରେ ଅଙ୍ଗୀ ନଦୀ ଉପରେ ସେତୁ ପାଇଁ ୯.୬୦ କୋଟି ଟଙ୍କା । PWD ରୋଡ-ଏକୋରୀ ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ ପାଇଁ ୮.୬୦ କୋଟି ଟଙ୍କା । ବିଭିନ୍ନ ମଠ ମନ୍ଦିର, ପୂଜାସ୍ଥଳୀ ଓ ଧାର୍ମୀକ ଅନୁଷ୍ଠାନର ସଂରକ୍ଷଣ ଓ ସୁରକ୍ଷା ପାଇଁ ୩.୭୦ କୋଟି ଟଙ୍କା । ଡାବୁଗାଁର ୮୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି । ମେଡେନାର ରାଜୁ ଖାଁ ୫ ଲକ୍ଷ ଓ ଖୁଟୁବାଇର ବିମଳା ମେହେଟା ୫ ଲକ୍ଷ ଟଙ୍କା ଜରିଆରେ ଉପକୃତ ହୋଇଛନ୍ତି । ସେହିପରି ନବରଙ୍ଗପୁରରେ କାମର ହିସାବ ଦେଇ ସେ କହିଲେ ଯେ ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡାରେ ଦୁଇଟି ସରକାରୀ କଲେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ନନ୍ଦାହାଣ୍ଡିରେ ମେଗାଲିଫ୍ଟ ଜରିଆରେ ଜଳସେଚନ ସୁବିଧାର ବିକାଶ କାମ ଚାଲିଛି । କୋଡିଙ୍ଗା-ଚନ୍ଦାହାଣ୍ଡି ରାସ୍ତା ପାଇଁ ୪୪ କୋଟି । ପୋଦଲଗୁଡା-ଦୁଲୁଘାଟି ରାସ୍ତା ପାଇଁ ୪୫ କୋଟି । ମଙ୍ଗଳଦୋରା ଜଳପ୍ରପାତର ବିକାଶ ପାଇଁ ୩.୨୦ କୋଟି । ମଣ୍ଡାଡୁଙ୍ଗୁରୀ ଶିବ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । Categories: ଓଡ଼ିଶା, ନବରଙ୍ଗପୁର, ରାଜନୀତି, ହୋମ୍ Related Content ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ by Proprietor Abhimanyu Maharana April 23, 2026 Vigilance Day against Child Marriage on the Occasion of Akshaya Tritiya by Proprietor Abhimanyu Maharana April 23, 2026 ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ by Proprietor Abhimanyu Maharana April 23, 2026 କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ by Proprietor Abhimanyu Maharana April 23, 2026 ଏପ୍ରିଲ ୨୬ ରେ ୧୭ତମ ଅଲଇଣ୍ଡିଆ ନୀଳାଚଳ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ by Proprietor Abhimanyu Maharana April 23, 2026 ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କେନ୍ଦ୍ରାପଡ଼ାରେ ୩୩ ଜଣ କନ୍ୟାଙ୍କ ସାମୂହିକ ବିବାହ ସମ୍ପର୍ଣ୍ଣ by Proprietor Abhimanyu Maharana April 23, 2026