Home ଓଡ଼ିଶା ଅରୁଣ-ପ୍ରତ୍ୟୁଷା କଡ଼ା ଟକ୍କର ନୟାଗଡ଼ରେ : ହସୁଛି ବିଜେଡି କାନ୍ଦୁଛି ବିଜେପି, ଚିନ୍ତାରେ ବସିଚି କଂଗ୍ରେସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦୨୪ରେ ବି ନୟାଗଡ଼ରେ ପଞ୍ଚମଥର ପାଇଁ ବିଜୟର ପୁନରାବୃତ୍ତି ଲକ୍ଷ୍ୟରେ ଅଛନ୍ତି ଅରୁଣ ୨୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ବିଧାନସଭା ଆସନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବିଜେଡିର ଗଡ଼ ରହି ଆସିଛି ଏହି ଆସନ । ୨୦୨୪ରେ ଏଠାରେ ବିଜେଡି ପୁଣି ବାଜି ମାରିବ ନା ବିଜେପି କିଛି ଚମତ୍କାର କରିବ ତା’ ଉପରେ ରହିଛି ସମସ୍ତଙ୍କ ନଜର । ଚଳିତ ନିର୍ବାଚନରେ ବିଜେଡି ନୟାଗଡ଼ରୁ ଡକ୍ଟର ଅରୁଣ ସାହୁଙ୍କୁ ପୁଣି ପ୍ରାର୍ଥୀ କରିଛି । ସେହିପରି ବିଜେପି ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହଙ୍କୁ ମଇଦାନରେ ଓହ୍ଲାଇଛି । ଅନ୍ୟପଟେ ରଞ୍ଜିତ ଦାଶଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସ୍ଥାନୀୟ ଅଞ୍ଚଳରେ ଅରୁଣଙ୍କ ଦବଦବା ରହିଥିଲେ ମଧ୍ୟ ପ୍ରତ୍ୟୁଷାଙ୍କ ଲୋକପ୍ରିୟତା କିଛି କମ ନୁହେଁ ବୋଲି ମତ ପ୍ରକାଶ ପାଉଛି । ନୟାଗଡ଼ରେ ଅରୁଣଙ୍କ ରେକର୍ଡ :-> ଛାତ୍ର ରାଜନୀତିରୁ ରାଜ୍ୟ ରାଜନୀତିକୁ ଆସିଛନ୍ତି ଅରୁଣ । ନିର୍ବାଚନ ଅଙ୍କକଷାରେ ପ୍ରବୀଣ ଅରୁଣ ବିଧାନସଭା ନିର୍ବାଚନରେ କେବେ ବି ପରାଜୟର ସ୍ଵାଦ ଚାଖି ନାହାନ୍ତି । ଏଠାରୁ ଏକାଧିକ ବାର ନିର୍ବାଚିତ ହୋଇ ସେ ମନ୍ତ୍ରୀ ବି ହୋଇଛନ୍ତି । ବିଜେଡି ଏଥର ମଧ୍ୟ ତାଙ୍କୁ ଭରସା କରିଛି । ସେ ନୟାଗଡ଼ରୁ ୨୦୦୪ରେ ପ୍ରଥମେ ନିର୍ବାଚନ ଜିତିଥିଲେ । ଏହାପରେ ୨୦୦୯ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ତଥା ବରିଷ୍ଠ ନେତା ହେମେନ୍ଦ୍ର ସିଂହଙ୍କୁ ହରାଇଥିଲେ ଅରୁଣ । ୨୦୧୪ରେ ସେ କଂଗ୍ରେସ ପ୍ରାର୍ଥୀ ଲାଲା ମନୋଜ ରାୟଙ୍କୁ ପରାସ୍ତ କରିଥିଲେ । ୨୦୧୯ରେ ବିଜେପିର ଇରାନୀ ରାୟଙ୍କୁ ହରାଇ ବିଧାନସଭାକୁ ଆସିଥିଲେ ଅରୁଣ । ୨୦୨୪ରେ ବି ନୟାଗଡ଼ରେ ପଞ୍ଚମଥର ପାଇଁ ବିଜୟର ପୁନରାବୃତ୍ତି ଲକ୍ଷ୍ୟରେ ଅଛନ୍ତି ଅରୁଣ । ଚମତ୍କାରିତା ଆଶାରେ ପ୍ରତ୍ୟୁଷା :- ବିଜେପି ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହ । ତାଙ୍କ ସ୍ଵାମୀ ହେମେନ୍ଦ୍ର ଚନ୍ଦ୍ର ସିଂହ ବିଜେଡି ଟିକଟରେ କନ୍ଧମାଳ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ । ସ୍ଵାମୀଙ୍କ ବିୟୋଗ ପରେ ପ୍ରତ୍ୟୁଷା ମଧ୍ୟ କନ୍ଧମାଳ ଲୋକସଭା ଆସନରୁ ଉପ ନିର୍ବାଚନରେ ଜିତିଥିଲେ । ରାଜନୀତି ଓ ନିର୍ବାଚନ ପରିଚାଳନାରେ ପ୍ରତ୍ୟୁଷା ନୂଆ ନୁହନ୍ତି । କେନ୍ଦ୍ରରେ ମୋଦୀଙ୍କ ଲହର ଏବେ ବି ପ୍ରଭାବଶାଳୀ ଥିବାରୁ ପ୍ରତ୍ୟୁଷା କିଛି ଚମତ୍କାର କରିବା ଆଶାରେ ଅଛନ୍ତି । ୨୦୧୯ ବନାମ ୨୦୨୪ :-> ୨୦୧୯ରେ ନୟାଗଡ଼ରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ପୂର୍ବ ନିର୍ବାଚନ ତୁଳନାରେ ଦଳ ୩୮ ପ୍ରତିଶତ ଅଧିକ ଭୋଟ ପାଇଥିଲା । ବିଜେପି ପ୍ରାର୍ଥୀ ଇରାନୀ ୪୩ ପ୍ରତିଶତ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ୫୨ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ ଅରୁଣ । ନୟାଗଡ଼ରେ ଚଳିତ ନିର୍ବାଚନରେ ବିଜେପି ଭଲ କରିବ ବୋଲି ବିଭିନ୍ନ ସର୍ଭେ କରୁଥିବା ବିଭିନ୍ନ ଜାତୀୟସ୍ତରର ସଂସ୍ଥା ଆକଳନ କରୁଥିବାବେଳେ ଦଳ ପାଇଁ ଏହି ଲଢ଼େଇ ସହଜ ହେବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଭୋଟ୍ ବିଭାଜନ :- ନିର୍ବାଚନ ଗଣିତରେ ଆଗରେ ରହିବା ପାଇଁ ଦୁଇଟା ସମୀକରଣ ନିଶ୍ଚିତ ଜରୁରୀ । ଗୋଟିଏ ନିଜ ସପକ୍ଷରେ ଭୋଟ ଓ ଅନ୍ୟଟି ବିରୋଧୀ ଭୋଟରେ ବିଭାଜନ । ଅରୁଣ ସାହୁ ବିରୋଧୀ ଭୋଟ ସଂଖ୍ୟାରେ ବିଭାଜନ କରିବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି। ବିଜେପିର ଟାଣୁଆ ଦମ୍ପତ୍ତି ଲାଲା ମନୋଜ ରାୟ ଓ ଗତଥରର ବିଜେପି ପ୍ରାର୍ଥୀ ଇରାନୀ ରାୟ ଶଙ୍ଖ ଧରି ସାରିଛନ୍ତି । ତେଣୁ ବିଜେଡି ଖାତାରେ ପୂର୍ବ ନିର୍ବାଚନ ତୁଳନାରେ ଅଧିକ ଭୋଟ ପଡ଼ିବା ଆଶାରେ ଅଛନ୍ତି ଅରୁଣ । ଯଦି ବିଜେପିର ଭୋଟରେ ବିଭାଜନ ହୁଏ ତେବେ ବିଜେଡି ପାଇଁ ଏ ବିଜୟ ସହଜ ହେବ । କିନ୍ତୁ କଂଗ୍ରେସ ଯଦି ଅଧିକ ଭୋଟ୍ ପାଏ ଓ ବିଜେପି ତାର ଭୋଟ୍ ରଖିବାରେ ସଫଳ ହୁଏ ତେବେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି। ହେଲେ ନିର୍ବାଚନୀ ମଇଦାନରେ ମୁଖ୍ୟ ମୁକାବିଲା ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ହେବ ବୋଲି ଚର୍ଚ୍ଚା ହେଉଛି । ବିଜେଡିର ଗଡ଼ ନୟାଗଡ଼ :- ନୟାଗଡ଼ ବିରୋଧୀ ଦଳଙ୍କ ପାଇଁ ଗତ ୨ ଦଶନ୍ଧି ହେଲା ଅଭେଦ୍ୟ ହୋଇ ରହିଆସିଛି । ଅରୁଣ ସାହୁ ଏଠାରୁ ଜିତି ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ତୁଲାଇଛନ୍ତି । ଛାତ୍ର ରାଜନୀତିରୁ ଗୋଟି ଚାଳନାରେ ବେଶ ଚତୁର ଅରୁଣ ପୂର୍ବେ ଏଠାରେ ବିରୋଧୀଙ୍କୁ ଚକମା ଦେବାରେ ସଫଳ ହୋଇଛନ୍ତି । ନୟାଗଡ଼ର ନିର୍ବାଚନ ପରିସଂଖ୍ୟାନ :- ନିର୍ବାଚନ ବିଜେଡି ଭୋଟହାର ବିଜେପି ଭୋଟହାର କଂଗ୍ରେସ ଭୋଟହାର ସ୍ଵାଧୀନ ଭୋଟହାର ୨୦୧୯ ୫୨. ୪୧ % ୪୨. ୮୭ % ୨. ୭୨ % ୦. ୯୦ % ୨୦୧୪ ୫୨. ୭୮ % ୫. ୨୫ % ୩୮. ୨ % — ୨୦୦୯ ୫୪. ୨୫% ୩. ୯୪% ୩. ୨୧% ୩୨. ୧୫% ଏବେ ନିର୍ବାଚନ ଯେତେ ପାଖେଇବ ଆହୁରି ଅନେକ ମିଶ୍ରଣ, ଦଳବଦଳ ଓ ସମୀକରଣ ଦେଖିବାକୁ ମିଳିବ । ଏହା ହିଁ ଏଥର ନିର୍ବାଚନର ଫଳାଫଳ ସ୍ଥିର କରିବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026