କାଲିମେଳା ବନାଞ୍ଚଳ ପକ୍ଷରୁ ଜଙ୍ଗଲରେ ନିଆଁ ନଲଗାଇଵା ପାଇଁ ସଚେତନତା କାର୍ଯ୍ୟକ୍ରମ

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :->  ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଳିମେଳା ବନାଞ୍ଚଳ ପକ୍ଷରୁ ଜଙ୍ଗଲରେ ନିଆଁ ନଲଗାଇଵା ପାଇଁ ଜବାନପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ କାଳିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ଟଙ୍କଧର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜବାନପାଲୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ମଲ୍ଲିକ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ତେଲେରାଇ ସିଆରସିସି ଶିକ୍ଷକ ରାଜେନ୍ଦ୍ର ତ୍ରିପାଠୀ ଓ ଦେବା ମାଡକାମି ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜବାନପାଲୀ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗ୍ରାମର ସମସ୍ତ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ସମସ୍ତ ଉପସ୍ଥିତ ଥିବା ଅତିଥି ମାନେ ଯୋଗଦେଇ ମହୁଳ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଥିବା ଯୋଗୁଁ ମୁଲ୍ୟବାନ ଗଛପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଉଛି । ଏଥି ସହିତ ବନ୍ୟଜନ୍ତୁମାନେ ଜନବସତି ମୁହଁ ହୋଊଛନ୍ତି ବୋଲି ଅଭିଭାଷଣ ରଖିଥିଲେ ।

ତେଣୁ ସମସ୍ତେ ସଚେତନତା ହେବା ଦରକାର ଯେମିତିକି ଜଙ୍ଗଲ ସୁରକ୍ଷା ହୋଇପାରିବା ସହିତ ବନ୍ୟଜନ୍ତୁମାନେ ମଧ୍ୟ ସୁରକ୍ଷିତ ଭାବେ ରହିବେ ବୋଲି ଉପସ୍ଥିତ ଅତିଥି ମାନେ ଉପସ୍ଥିତ ଗ୍ରାମବାସୀମାନଙ୍କୁ ବୁଝାଇବା ସହ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଲିମେଳା ବନାଞ୍ଚଳର ସମସ୍ତ ବନପାନ, ବନରକ୍ଷୀ ସହ ପି ଏନଜିଓ ଷ୍ଟାଫ୍ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କାଳିମେଳା ବନପାନ ମୁତ୍ୟୁଞ୍ଜୟ ସେଠୀ ପରିଚାଳନା କରୁଥିଲେ ।

Exit mobile version