Home ଓଡ଼ିଶା ମହାସମର ପାଇଁ ହିଞ୍ଜିଳିରେ ବାଜିଲା ବିଜେଡିର ରଣତୁରୀ ହିଞ୍ଜିଳିରୁ ନିର୍ବାଚନ ବିଗୁଲ ବଜାଇଲେ ମୁଖ୍ୟମନ୍ତ୍ରୀ .. .. by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଓଡିଶା ବିକାଶରେ ବିରୋଧୀଙ୍କୁ ଟାର୍ଗେଟ ନିଜ ପାଇଁ ଓ ଆସିକା ସାଂସଦ ପ୍ରାର୍ଥୀନୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଡି ଶଙ୍ଖ ଓଡିଶାର ବିକାଶ ଓ ପରିଚୟ, ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ ୨୦୨୪ ଠାରୁ ୨୦୩୪ ଯାଏଁ ଓଡିଶା ହେବ ସ୍ୱତନ୍ତ୍ର ଓ ୧ନଂ ରାଜ୍ୟ : ମୁଖ୍ୟମନ୍ତ୍ରୀ ୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ବିଜୁ ଜନତା ଦଳ ଓଡିଶାର ସାଢେ ୪ କୋଟି ଓଡିଆଙ୍କ ବିକାଶ ପାଇଁ ୨୪ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଛି । ଚାଷୀ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସର୍ମପିତ ସେବା ଯୋଗାଇ ଆସୁଛି । ହିଞ୍ଜିଳିରୁ ୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟାରମ୍ଭ, ଆମ ହସପିଟାଲ, ପଞ୍ଚାୟତରେ ମୋ ବ୍ୟାଙ୍କ ସେବା, ମା’ ତରାତାରିଣୀ, ସମଲେଶ୍ୱରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଦି ଓଡିଆଙ୍କ ସ୍ୱାଭିମାନ ଓ ବିକାଶର ପରିଚୟ ସୃଷ୍ଟି କରିଛି । ହିଞ୍ଜିଳିରୁ ସମସ୍ତ ବିକାଶ ପ୍ରକ୍ରିୟାର ଆରମ୍ଭ ହୋଇ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । ମହିଳାଙ୍କ ପାଇଁ ୦% ସୁଧରେ ୫ଲକ୍ଷ ଟଙ୍କ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ, ବିଏସକେୱାଇ କାର୍ଡରେ ମହିଳା ଓ ସଦସ୍ୟଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା, ସ୍ୱଂୟମ ଯୋଜନାରେ ୧୮ରୁ ୩୫ ବର୍ଷ ଯୁବବର୍ଗଙ୍କୁ ରୋଜଗାର ପନ୍ଥା , ଶିକ୍ଷାକ୍ଷେତ୍ରରେ ଯୁବବର୍ଗଙ୍କୁ ଛାତ୍ରବୃତ୍ତି ଆଦି ବହୁ ଲୋକହିତକର ଯୋଜନା କାର୍ଯ୍ୟକାରୀ କରାଯାଇଛି । ୨୦୨୪ ସୁଦ୍ଧା ଆମ ଓଡିଶା- ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଏବଂ ୧ନଂ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ୫ଟି ରୂପାନ୍ତରଣ ଉପକ୍ରମ ଅନୁସାରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଦୃତଗତିରେ ଆଗେଇ ଚାଲିଛି । ସ୍କୁଲ, ମନ୍ଦିର, ଧର୍ମାନୁଷ୍ଠାନ ଗୁଡିକୁ ବିକଶିତ କରାଯାଇ ଲୋକଙ୍କ ସେବାରେ ସମର୍ପିତ କରାଯାଇଛି । ଏହି ବିକାଶ ଧାରାକୁ ବିରୋଧୀ ଆଦୌ ସହ୍ୟ କରିପାରୁ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆୟୋଜିତ ସଭାରେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଥିଲେ । ସେମାନଙ୍କ ଏହି ଉଦ୍ୟମ କେବେ ସଫଳ ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଓଡିଶାର ବିକାଶ ପ୍ରକ୍ରିୟାକୁ ଜାଣିଶୁଣି ବିରୋଧ କରିବା ସହ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁମତ ହାସଲ କରିବ ବୋଲି ସେ, ଆଶାବ୍ୟକ୍ତ କରିଥିଲେ । ଓଡିଶାର ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ନିଜ ସପକ୍ଷରେ ଓ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଲକ୍ଷାଧିକ ଭୋଟରେ ବିଜୟୀ କରିବାକୁ ଭୋଟରଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ବୁଧବାର ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସିଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୦.୪୫ମି ସମୟରେ ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟସ୍ଥ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ଉଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା । ସଭାମଞ୍ଚରେ ଏକ ବିରାଟ ପୁଷ୍ପଗୁଚ୍ଚ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ତଥା ବିଜେଡିର ଷ୍ଟାର କ୍ୟମ୍ପେନର ଭି. କାର୍ତ୍ତିକେୟାନ ପାଣ୍ଡିଆନ, ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଆସିକା ଲୋକସଭା ପ୍ରାର୍ଥୀନୀ ରଞ୍ଜିତା ସାହୁ, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୌରାଧ୍ୟକ୍ଷ ସୁବାଷ ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଓଆରଏଚଡିସି ଅଧ୍ୟକ୍ଷ ଡି. ବିଶ୍ୱନାଥ, ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ବି. ଗିତାଞ୍ଜଳି, ପ୍ରିତି ସାହୁ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ମନୋଜ ସାବତ, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ ମହାରଣା, ରଣପୁର ପର୍ଯ୍ୟବେକ୍ଷକ ନିଳମଣି ପଟ୍ଟନାୟକ ପ୍ରମୁଖ ନେତୃମଣ୍ଡଳୀ ମଞ୍ଚାସିନ ଥିଲେ । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ, ସାଢେ ୪କୋଟି ଓଡିଆଙ୍କ ଜନନାୟକ, ବିକାଶ ପୁରୁଷ ତଥା ହିଞ୍ଜିଳି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ କରାଇ ୬ଷ୍ଠ ଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିବା ଏବଂ ସର୍ବ କନିଷ୍ଠ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ମଞ୍ଚାସିନ ଅତିଥି ବୃନ୍ଦ ଆହ୍ୱାନ ଦେଇଥିଲେ । ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସେଠି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପୌରାଧ୍ୟକ୍ଷ ଶ୍ରୀ ପୋଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଏନ. ରଘୁନାଥ, ପ୍ୟାରମୋହନ ପାଢି, ବିଭୁ ପ୍ରସାଦ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଶିବରାମ ଗୌଡ, ହୃଦୟାନନ୍ଦ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ପୂର୍ବତନ ସରପଞ୍ଚ, ସମିତିସଭ୍ୟ, କାଉନସିଲର, ବହୁ ଦଳୀୟ କର୍ମୀଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷା ଦାୟିତ୍ୱରେ ପୁଲିସ ଆଇଜି ଜୟ ନାରାୟଣ ପଙ୍କଜ, ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ, ଆଇ ଆଇ ସି ଶ୍ରୀନିବାସ ସେଠୀଙ୍କ ସମେତ ୨ଜଣ ଅତିରିକ୍ତ ଏସପି , ୫ଜଣ ଡିଏସପି, ୧୨ ଜଣ ଇନିସପେକ୍ଟର, ୭୮ ଜଣ ଏସଆଇ ଓ ୧୫ ପ୍ଳାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । Categories: ଓଡ଼ିଶା, ଗଞ୍ଜାମ, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026