Home ଓଡ଼ିଶା ୧୦୮ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ରାମାୟଣ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ବେଗୁନିଆ ବ୍ଲକ ହଜ ଗ୍ରାମ ରେ ଦୁଇଦିନ ଧରି “ବିବେକାନନ୍ଦ ଶିକ୍ଷା କେନ୍ଦ୍ର” ହଜ ଠାରେ 108 ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ରାମାୟଣ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟରେ କର୍ତ୍ତା ଓ କର୍ତ୍ତୀ ଭାବେ ଶ୍ରୀ ବିଭୁତି ଭୂଷଣ ଦାଶ ଓ ଶୁକଲ୍ୟାଣୀ ଦାଶ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ଉତ୍ସବରେ “ସ୍ୱାମୀ ଶିବ ଚିଦାନନ୍ଦ ସରସ୍ବତୀ”ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ଆଶ୍ରି ବଚନ ପ୍ରଦାନ କରିବା ସହିତ ଶିକ୍ଷା ସହିତ ଆଧ୍ୟାତ୍ମିକତାକୁ କିପରି ଯୋଡ଼ି ପାରିବ ଅତି ସୁନ୍ଦର ଭାବରେ ବୁଝାଇଥିଲେ!ସମ୍ମାନିତ ଅତିଥି ଭାବରେ “ଭାରତୀୟ ଶିକ୍ଷା ପରିଷଦ” ଓଡିଶା ଭୁବନେଶ୍ୱରରୁ ଟ୍ରଷ୍ଟି ବରିଷ୍ଠ ଶିକ୍ଷାବିତ ବାବାଜୀ ସାର ନୂଆ ଶିକ୍ଷା ନୀତିରେ ଶିଶୁମାନେ କିପରି ସେମାନଙ୍କର ନୈତିକ ଓ ବୌଦ୍ଧିକ ବିକାଶ କରିବେ, ସେ ଉପରେ ଆଲୋକପାତ କରିଥିଲେ! ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରଦୀପ ପାଣି ସାର ଅଭିଭାବକମାନେ କିପରି ପିଲାମାନଙ୍କୁ ଗୋଟେ ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ସେ ଉପରେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ!ଏହି ଭବ୍ୟ କଳସ ଶୋଭାଯାତ୍ରାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟାଙ୍କ ସହିତ ଗୁରୁଜୀ,ଗୁରୁମା ଓ ଅଭିଭାବିକାମାନେ ଅଂଶଗ୍ରହଣ କରିଥିଲେ!ଶେଷରେ ପିଲାମାନେ ପ୍ରସାଦ ଏବଂ ଚକୋଲେଟ ଖାଇ ବହୁତ ଖୁସି ଅନୁଭବ କରିବା ସହିତ ବିଦ୍ୟାଳୟରେ ସମସ୍ତେ ପସାଦ ଗ୍ରହଣ କରିଥିଲେ!ଏହି କାର୍ଯ୍ୟକ୍ରମକୁ ଦୀପୁ ଗୁରୁଜୀ, ବୁଲୁ ଗୁରୁଜୀ, ଗୁଲୁ ଗୁରୁଜୀ,ରମାକାନ୍ତ ଗୁରୁଜୀ,କୁଶ ଗୁରୁଜୀ, ବିଶି ଗୁରୁଜୀ ଓ ମାନସ ଗୁରୁଜୀ ଉପସ୍ଥିତ ଥିବା ସହିତ ସୁଲୋଚନା ଗୁରୁମା, ରୀନା ଗୁରୁମା ସାବିତ୍ରୀ ଗୁରୁମା,ରଶ୍ମିତା ଗୁରୁମା ପରିଚାଳନା କରିଥିଲେ!ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ଓ ବହୁ ବୁଦ୍ଧିଜୀବୀ,ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ!କାର୍ଯ୍ୟକ୍ରମ ରେ ଭୁବନେଶ୍ୱର, ଖୋର୍ଦ୍ଧା, ବେଗୁନିଆ, ବୋଲଗଡର ବିଭିନ୍ନ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ଯୋଗ ଦେବା ସହିତ,ବିଜେଡି ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଯୋଗଦେଇ ବହୁତ ଖୁସି ବ୍ୟକ୍ତ କରିଥିଲେ।ତତ ସହିତ ଏହି ଅଞ୍ଚଳର ବହୁତ ବୁଦ୍ଧିଜୀବୀ,ମାନ୍ୟଗଣ ବ୍ୟକ୍ତି ଏହି ଭବ୍ୟ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ବହୁତ ଖୁସିବ୍ୟକ୍ତ କରିଥିଲେ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 11, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026