ପୂର୍ବତନ ତହସିଲଦାର ଅନିଷା ଦାସଙ୍କ ଗିରଫ ଦାବି କଲା ବିଜେପି ବେତନଟୀ

ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) ବାରିପଦା :- ବାଲି ଚୋରା ଚାଲାଣ ମାମଲାରେ ବିବାଦୀୟ ହୋଇ ପ୍ରଥମେ ବଦଳି ଓ ପରେ ନିଲମ୍ବିତ ହୋଇଥିବା ବେତନଟିର ପୂର୍ବତନ ତହସିଲଦାର ଅନୀଷା ଦାସଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଦାବିରେ ବିଜେପିର ବିଧାୟକ ଓ ସାଂସଦ ଓ ଜିଲ୍ଲା ସଭାପତିଙ୍କ ସମେତ କାର୍ଯ୍ୟକର୍ତ୍ତା ମାନେ ବୈଶିଙ୍ଗା ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । କିନ୍ତୁ ସେମାନଙ୍କ ଦାବି ପୂରଣ ହୋଇନାହିଁ କିମ୍ବା ଅନୀଷା ଦାସ ଗିରଫ ହୋଇନାହାନ୍ତି । ବିଭିନ୍ନ କାରଣକୁ ଦଷ୍ଟିିରେ ରଖି ଧାରଣା ପ୍ରତ୍ୟାହୃତ ହୋଇଛି । ତେବେ ଆଗାମୀ ତିନି ତାରିଖ ମଧ୍ୟରେ ଯଦି ଅନୀଷାଙ୍କୁୁ ଗିରଫ କରାନଯାଏ ତେବେ ୬ ତାରିଖ ଠାରୁ ବିଜେପି ତରଫରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯୟାଳୟ ସମ୍ମୁଖରେ ବିଜେପି ବିଧାୟକ, ସାଂସଦ ଓ ବିଜେପି କାର୍ଯ୍ୟକର୍ତ୍ତାମାନେ ଆମରଣ ଅନଶନ କରିବେ । ଆଜି ବାରିପଦା ବଜାର ଇଣ୍ଡିିଆ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ମମ୍ମିଳନୀରେ ଏହା ହୁହାଯାଇଛି ।

ବିଜେପି ମୟୂରଭଞ୍ଜ ଜିଲ୍ଲା (ପୂର୍ବ) ସଭାପତି କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ବଡସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡାଃ ବୁଢାନ ମୁର୍ମୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ବରିଷ୍ଠ ବିଜେପି ନେତା ନବୀନ ରାମ, ଜିଲ୍ଲାପରିଷଦ ସଦସ୍ୟ ବ୍ରଜମୋହନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଘଟଣାରେ ଜିଲ୍ଲା ପ୍ରସାଶନ ଓ ପୋଲିସ ଅଭିଯୁକ୍ତକୁ ଖସିଯିବାରେ ସହାୟତା କରୁଥିବାର ଅଭିଯୋଗ କରିବା ସହିତ ଉପଜିଲ୍ଲାପାଳ ପରିଚୟରେ ତହସିଲଦାରଙ୍କ ସହିତ ସେଦିନ ରାତିରେ ଗାଡିରେ ଥିବା ମହିଳା ଜଣଙ୍କୁ ମଧ୍ୟ ଗିରଫ କରାଯିବା ଦରକାର ବୋଲି ଦାବି ହୋଇଛି । ( ରିପୋର୍ଟ -ଦୀପ୍ତିମାନ ପତି )

Exit mobile version