ମନ୍ଦିର ଦାନବାକ୍ସ ଚୋରି ଘଟଣା ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ବଳଙ୍ଗା ପୋଲିସ୍

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା/ବଳଙ୍ଗା :-> ବଳଙ୍ଗା ଅଞ୍ଚଳର ଆରାଧ୍ୟ ଠାକୁର ବାବା ବାଙ୍କନାଥ ମହାଦେବଙ୍କ ମନ୍ଦିରର ଦାନବାକ୍ସ କୁ ଭାଙ୍ଗି ତିନି ଜଣ ଯୁବକ ବଳଙ୍ଗା ପୋଲିସ୍ ଦ୍ବାରା ଗିରଫ । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବଳଙ୍ଗା ର ପ୍ରତିଷ୍ଠିତ ବାବା ବାଙ୍କନାଥ ମହାଦେବଙ୍କ ମନ୍ଦିରରେ ପଶି ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେବା ପାଇଁ ଚେଷ୍ଟା କରୁଥିବା ବେଳେ ମନ୍ଦିର ଦାୟିତ୍ୱ ରେ ଥିବା ଜଣେ ପୂଜକ ମହାପାତ୍ର ଶୁଣିବାକୁ ପାଇଥିଲେ ମନ୍ଦିର ଭିତରୁ ଆସୁଥିବା କିଛି ଶଦ୍ଦ । ଏହା ଶୁଣି ମନରେ ସନ୍ଦେହ ସୃଷ୍ଟି ହେବାରୁ ସେ ସଙ୍ଗେ ସଙ୍ଗେ ଉଠିପଡ଼ି ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ଡାକି ମନ୍ଦିର ନିକଟକୁ ଆସୁଥିବା ବେଳେ ଦେଖିବାକୁ ପାଇଥିଲେ କି ‘ମନ୍ଦିର ଭିତରୁ କେହି ଜଣେ ବାହାରି ଦୈାଡି ପଳାଇଯାଉଛି ।

ଜଣେ ଗ୍ରାମବାସୀ ଖସି ପଳାଇ ଯାଉଥିବା ଚୋରକୁ ଜାଣିପାରି ଥିଲେ ସେ ବଳଙ୍ଗା ଗ୍ରାମରେ ଘର ଭଡ଼ାରେ ରହିଆସୁଛି ବୋଲି କହିଥିଲେ । ପରେ ଅଧିକ ସନ୍ଦେହ ଦୂରିଭୁତ ହେବା ନେଇ ମନ୍ଦିର ଭିତରକୁ ଯାଇ ଦେଖନ୍ତି ତ ମନ୍ଦିରର ଦାନବାକ୍ସ ଭାଙ୍ଗି କିଛି ଟଙ୍କା ଏଣେ ତେଣେ ପଡ଼ିଛି । ସଙ୍ଗେ ସଙ୍ଗେ ବାହାରକୁ ଆସି ଦେଖନ୍ତି ତ ତିନି ଜଣ ଯୁବକ ମନ୍ଦିର ସାମ୍ନା ରେ ଗୋଟିଏ କାର୍ ରେ ବସି ଖସିଯିବାକୁ ଉଦ୍ୟମ କରୁଛନ୍ତି, ଏତିକି ବେଳେ କିଛି ଗ୍ରାମବାସୀ ଉପସ୍ଥିତ ବୁଦ୍ଧି ଖଟାଇ କାର୍ ଚକାତଳେ ପଥର ଗଡ଼ାଇ ଅଟକାଇଦେଇଥିଲେ ।

ଶେଷରେ ତିନିଜଣ ଯୁବକଙ୍କୁ ଧରି ମଧ୍ୟମ ଧରଣ ଦେଇ ସଙ୍ଗେ ସଙ୍ଗେ ନିକଟସ୍ଥ ବଳଙ୍ଗା ଥାନାକୁ ଖବର ଦେଇଥିଲେ, ଖବର ପାଇ ବଳଙ୍ଗା ଥାନା ଅଧିକାରୀ ଶ୍ରୀ ଦିବ୍ୟରଞ୍ଜନ ପଣ୍ଡା ଙ୍କ ନିର୍ଦ୍ଦେଶରେ ପୋଲିସ ଘଟଣାସ୍ଥଳକୁ ଯାଇ ତିନି ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ପୋଲିସ୍ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ,ତିନି ଅଭିଯୁକ୍ତ ହେଲେ ନିମାପଡ଼ା ଥାନା ଅଧିନସ୍ଥ, ଦୀପକ୍ ରଞ୍ଜନ ଦେବତା (୩୪) ଘର ଝାମ୍ପୁଲାକୁଦ ଅଞ୍ଚଳର ହୋଇଥିବାବେଳେ ସନ୍ତୋଷ ଭୋଇ (୨୪) ଓ ସରୋଜ କୁମାର ବେହେରା ( ୨୦) ଘର ତଳଅଣ୍ଡିଆ । ଅନ୍ୟ ଜଣେ ଅଭିଯୁକ୍ତ ଖସି ପଳାଇ ଯାଇଥିବାବେଳେ ପୋଲିସ୍ ଧରିବାପାଇଁ ଚେଷ୍ଟା ଚଳାଇଛି ।

Exit mobile version