
୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିରୁ ହେବ ଡବଲ ଶଙ୍ଖର ପ୍ରଚାର ଶୁଭାରମ୍ଭ। ମୂଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଶୁଭାରମ୍ଭ କରିବେ । ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ଉଭୟ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଳକ ଠାରେ ଆୟୋଜିତ ୨ଟି ପୃଥକ ସାଧାରଣ ସଭାରେ ଉଦବୋଧନ ଦେବା ସହ ଦଳୀୟ ଚିହ୍ନ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିବେ ବୋଲି ଦଳୀୟ କର୍ମୀଙ୍କ ସୂତ୍ରରୁ ଜଣାପଡିଛି ।ରାଜ୍ୟରେ ବିଜେଡିର ଏକ ନମ୍ଭର ଷ୍ଟାର କ୍ୟମ୍ପେନରଙ୍କ ଦ୍ୱାରା ପ୍ରଚାରର ଏହା ବିଧିବଦ୍ଧ ଆରମ୍ଭ ବୋଲି କୁହାଯାଉଛି । ଏଥି ସକାଶେ ମଙ୍ଗଳବାର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯.୩୫ରେ ଭୂବନେଶ୍ୱର ନବୀନ ନିବାସରୁ ବାହାରି ହେଲିକ୍ୟାପ୍ଟେର ଯୋଗେ ଆସି ହିଞ୍ଜିଳିକାଟୁ ସମରଝୋଳ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟସ୍ଥ ମେଘମାଳ ତୋଟାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସିଧାସଳଖ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ନିଜ ପାଇଁ ଭୋଟ ମାଗିବା ସହ ଆସିକା ଲୋକସଭା ସାଂସଦ ପ୍ରାର୍ଥିନୀଙ୍କ ପାଇଁ ଭୋଟଭିକ୍ଷା କରିବା ସହ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ଲୋକଙ୍କ ଆଶ୍ରୀବାଦ ଲୋଡିବେ ବୋଲି ଜଣାପଡିଛି । ୧୧.୧୫ରେ ହିଞ୍ଜିଳିକାଟୁ କାର୍ଯ୍ୟକ୍ରମ ଶେଷ କରି ଶେରଗଡ ଅଭିମୁଖେ ଯାତ୍ରା କରିବେ ।
