Home ଓଡ଼ିଶା ବନ୍ୟପ୍ରାଣୀ ଅସୁରକ୍ଷିତ : ବାରାହା ଶିକାରୀ ଚମ୍ପଟ – ତାର ଜବତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିନରେ ଥିବା ହିଞ୍ଜିଳିକାଟୁ ସେକ୍ସନ୍ ବନପାଳଙ୍କ କାର୍ଯ୍ୟାଳୟ ଅଞ୍ଚଳରେ ସୋମବାର ରାତ୍ର ପ୍ରାୟ ୭ ରୁ ୮ଘଣ୍ଟା ମଧ୍ୟରେ ବାରହା ଶିକାର ପାଇଁ ବିଛାଯାଇଥିବା ତାରକୁ ବେଲଗାଁ ଥାନା ପୋଲିସ ଜବତ କରିଛି । ଘଟଣା ସ୍ଥଳରୁ ତାର ବିଛାଇବା କାର୍ଯ୍ୟରେ ଲିପ୍ତ ଥିବା ଦୁଇ ଜଣ ବାରାହା ଶିକାରୀ ଚମ୍ପଟ ମାରିଥିବା ବେଳେ କଞ୍ଚୁରୁ ବିଦ୍ୟୁତ ବିଭାଗର ଅଧିକାରୀ, ସ୍ଥାନୀୟ ସରପଞ୍ଚ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଶିକାରୀଙ୍କ ଦ୍ଵାରା ପ୍ରଯୋଜିତ ଏକ ବଡ ଧରଣର ଅଘଟଣରୁ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । କିନ୍ତୁ ଏଭଳି ଏକ ସ୍ପର୍ଶକାତର ଘଟଣା ସମୟରେ ସ୍ଥାନୀୟ ବନପାଳ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ସୂଚନା ମିଳିଛି । ସୂଚନା ମୁତାବକ ବେଲଗାଁ ଥାନା ଡି.ପାଟପୁର ସ୍ଥିତ ୧୧କେଭି ଫିଡର ନିକଟରେ ୨ ଜନ ଅଜଣା ବ୍ୟକ୍ତି ବାରାହା ଶିକାର କରିବା ଉଦ୍ଧେଶ୍ୟରେ ବେଆଇନ ଭାବେ ତାର ସଂଯୋଗ କରି ନିକଟସ୍ଥ ଜମିରେ ତାର ବିଛାଇବାରେ ଲିପ୍ତ ଥିଲେ । ସ୍ଥାନୀୟ ପଥର କ୍ରସରରେ ନିୟୋଜିତ ଥିବା ଜଣେ ଶ୍ରମିକଙ୍କୁ ଦେଖି ଶିକାରୀ ଦ୍ବୟ ତାର ଛାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସଂପର୍କରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ସହ ସ୍ଥାନୀୟ ସରପଞ୍ଚ ମଧ୍ୟ ବେଲଗାଁ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଖବର ପାଇ ଥାନା ଅଧିକାରୀ ଓ ବିଦ୍ୟୁତ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ତାରକୁ ଜବତ କରିଥିଲେ ଏଵଂ ଏ ସଂପର୍କରେ ସ୍ଥାନୀୟ ବନପାଳଙ୍କୁ ମଧ୍ୟ ଜଣାଇଥଲେ। କିନ୍ତୁ ବନପାଳ ସେଠାରେ ଉପସ୍ଥିତ ନ ଥିଲେ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଜଳ ଓ ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲରୁ ବନ୍ୟପ୍ରାଣୀ ମାନେ ଗାଁ ମୁହାଁ ହେଉଥିବା ଜଣାପଡିଛି । ଏହାର ସୁଯୋଗ ନେଇ ଜଙ୍ଗଲ ନିକଟସ୍ଥ ଗ୍ରାମର ଶିକାରୀ ମାନେ ବେଆଇନ ଭାବେ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରିବାରେ ଲିପ୍ତ ଥିବା ଜଣାପଡିଛି । ଏଥି ସହିତ କିଛି ଗ୍ରାମରେ ଚାଷୀ ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ ଚାଷ କରିଥିବା ଜଣାପଡିଛି । ଏଣୁ ଖାଦ୍ୟ ଅନ୍ୱେଷଣରେ ବାରହା ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ଚାଷ ଜମି ମୁହାଁ ହୋଇ ଶିକାରୀଙ୍କ ଜାଲରେ ପଡ଼ି ଶିକାର ହେଉଥିବା ନଜିର ରହିଛି । ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା, ସଚେତନତା ମାଧ୍ୟମରେ ବିଭାଗ ତରଫରୁ ଅଜସ୍ର ଟଙ୍କା ବ୍ୟୟ ବରାଦ କରା ଯାଉଛି । କିନ୍ତୁ ଯୋଜନାର ସଫଳ ରୂପାୟନ କରିବାରେ ସ୍ଥାନୀୟ ବନପାଳ କେତେ ଦକ୍ଷ ଓ ପାରଙ୍ଗମ ତାହା ସମ୍ପୃକ୍ତ ଘଟଣାରୁ ସ୍ପଷ୍ଟ ହୋଇଛି । ଏଣୁ ହିଞ୍ଜିଳିକାଟୁ ସେକ୍ସନରେ ଥିବା ଜଙ୍ଗଲ ନିକଟସ୍ଥ ଗ୍ରାମରେ ବନ୍ୟଜନ୍ତୁ ଶିକାରୀ ବେଶ ସକ୍ରିୟ ହୋଇ ଅବାଧ ବନ୍ୟଜନ୍ତୁ ଶିକାର କରୁଥିବା ଆଲୋଚନା ହେଉଛି । ଦିନକୁ ଦିନ ବନ୍ୟଜନ୍ତୁ ଶିକାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ ତ ଦୂରର କଥା ବରଂ ଅବହେଳା, ନିଷ୍କ୍ରିୟତା ଯୋଗୁଁ ଶିକାରୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଜଣା ପଡିଛି । ଏଣୁ ସ୍ଥାନୀୟ ଅଞ୍ଚଳରେ ରହୁଥିବା ବନ୍ୟଜନ୍ତୁଙ୍କ ଅବାଧ ଶିକାର ଓ ସେମାନଙ୍କ ସୁରକ୍ଷା ନିମନ୍ତେ ପରିବେଶବିତ୍ ଓ ବନ୍ୟପ୍ରାଣୀ ପ୍ରେମୀ ପିସିସିଏଫ୍ ୱାଇଲ୍ଦ ଲାଇଫଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ by Proprietor Abhimanyu Maharana July 25, 2026 Navi Mumbai’s Kharghar Temple Hosts Bahuda Yatra by Proprietor Abhimanyu Maharana July 25, 2026 Raipur’s Jagannath Temple Hosts Bahuda Yatra by Proprietor Abhimanyu Maharana July 25, 2026 ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ by Proprietor Abhimanyu Maharana July 25, 2026 New Delhi’s Hauz Khas Jagannath Temple hosts Bahuda Yatra by Proprietor Abhimanyu Maharana July 25, 2026 ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମ୍ପନ୍ନ by Proprietor Abhimanyu Maharana July 25, 2026