ଅଡବା ପୋଲିସ ଦ୍ବାରା ୧୨ ଲକ୍ଷ ଟଙ୍କାର ୧୦ ବସ୍ତା ଗଞ୍ଜେଇ ଜବତ ଜଣେ ଗିରଫ କୋର୍ଟ ଚାଲାଣ – ପାରଳାଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) ପାରଳାଖେମୁଣ୍ଡି :- ସାରା ରାଜ୍ୟ ସମେତ ଗଜପତି ଜିଲ୍ଲାରେ କରୋନା କୁ ନେଇ ପୋଲିସ ହଉ କିମ୍ବା ପ୍ରଶାସନ ଦିନ ରାତି ଗୋଟେ କରି କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଇ ଗଜପତି ଜିଲ୍ଲାରେ ଗଞ୍ଜେଇ ମାଫିଆ ମାନେ କାୟା ବିସ୍ତାର କରି ଚାଲିଛନ୍ତି। ଦିନ କୁ ଦିନ ଗଜପତି ଜିଲ୍ଲାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ମଧ୍ୟ ଦୃତ ଗତିରେ ବୃଦ୍ଧି ପାଉଥିବା ଦେଖି ବାକୁ ମିଳୁଛି l ଅନ୍ୟ ପକ୍ଷରେ ଗଞ୍ଜେଇ ମାଫିଆ ମାନେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଜପତି ପୋଲିସ ହାତରେ ଧରା ପଡି ଗିରଫ ହେବାରେ ଲାଗିଛନ୍ତି ।

ଗଜପତି ଏସ.ପି. ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଙ୍କ ସହାୟତାରେ ଗୁଲୁବା ନିକଟସ୍ଥ ଗାଲିମେରା ଓ କେମ୍ ପଦର୍ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ରାସ୍ତା ପାର୍ଶରେ ରଖାଯାଇ ଥିବା ୧୦ ବସ୍ତା ଗଞ୍ଜେଇ କୁ ଜବତ୍ କରିଛି ଅଡବା ପୁଲିସ। ସୂଚନା ଯୋଗ୍ୟ ଏହି କି ଯେ କେମ୍ ପଦର ଗ୍ରାମର ବସନ୍ତ ବୀର ନାମକ ଜଣେ ବ୍ୟକ୍ତି ଉପୋରକ୍ତ ଗଞ୍ଜେଇକୁ ଏକ ଗାଡ଼ି ଯୋଗେ ବାହାର ଜିଲ୍ଲାକୁ ଚୋରାରେ ଚାଲାଣ ପାଇଁ ସେଠାରେ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ ଅଡବା ପୁଲିସ ହାତରେ ଧରା ପଡି ଥିବା ଜଣା ପଡ଼ିଛି l

ଜବତ ଗଞ୍ଜେଇ ବସ୍ତା ଗୁଡ଼ିକୁ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ଓ ଏହାର ଓଜନ ୨୩୯ କିଲୋଗ୍ରାମ୍ ହୋଇଥିଲା । ଯାହାର ବଜାର ଦର ଆନୁମାନିକ ମୂଲ୍ୟ ୧୧ ଲକ୍ଷ୍ୟ ୯୫ ହଜାର ଟଙ୍କା ହେବ ବୋଲି ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ସୂଚନା ଦେଇଛନ୍ତି। ଉକ୍ତ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଗଞ୍ଜେଇ ମାଫିଆ ବସନ୍ତ ବୀରଙ୍କ ବିରୋଧରେ ଅଡବା ଥାନାରେ କେଶ୍ ନମ୍ବର ୬୧/୨୦ ରେ ଏକ ମକଦ୍ଦମା ରୁଜୁ କରିବା ସହ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । (ଗରୁଡ଼ ଧ୍ଵଜଚୌଧୁରୀ)

Exit mobile version