୩ ଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ ବତ୍ତମାନ ପ୍ରଚଣ୍ଡ ତାତି ଯୋଗୁଁ ଲୋକଙ୍କ ଜନଜୀବନ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ବିଦ୍ୟୁତ କାଟ ଯୋଗୁଁ ଉଭ୍ୟକ୍ତ ଗ୍ରାମବାସୀ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ଘେରାଉ କରି ୪ ଘଣ୍ଟା ଘଣ୍ଟା ଧରି ଗ୍ରାମରେ ଅଟକ ରଖିଲେ । ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ଦେଖାଦେଇଛି ଏଭଳି ଅପ୍ରୀତିକର ପରିସ୍ଥିତି. ଗ୍ରାମବାସୀମାନେ ଆମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ ଚାନ୍ଦିପୁଟ ଗାଁରେ ଗତ ତିନି ଦିନଦେଲା ଦିନରାତି ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ପ୍ରଚଣ୍ଡ ଉତ୍ତାପ ଯୋଗୁଁ ବହୁ ଦୁଃଖ ଯନ୍ତ୍ରଣା ପାଇ ଅସହାୟ ହୋଇ ନିୟମିତ ବିଦ୍ୟୁତ୍ ସରବରାହ ପାଇଁ ଚନ୍ଦ୍ରଗିରି ସ୍ଥିତ ଟାଟା ପାୱାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ ସାହୁଙ୍କୁ ଗ୍ରାମବାସୀ ଦୁଇ ଦିନ ଧରି ସମସ୍ୟା ବିଷୟରେ ଅବଗତ କରି ଅନୁରୋଧ ଜଣାଇଲୁ ।

ତଥାପି ଏହାର ସମାଧାନ ହୋଇପାରୁନି । ଲୋକେ ଖରା ଓ ଗରମରେ ବିନା ବିଦ୍ୟୁତରେ ଆଉଟୁ ପାଉଟୁ ହେଉଛନ୍ତି । ବିଦ୍ୟୁତ୍ ଯୋଗାଣ ବନ୍ଦ ଥିବାରୁ ଗାଁରେ ଜଳଯୋଗାଣ ପ୍ରଭାବିତ ହେବା ସହ ଗୁଳୁଗୁଳି ତାତିରେ ଅସ୍ତବ୍ୟସ୍ତ ହେବା ସମସ୍ୟା ଲାଗି ରହିଥିଲା । ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନି ନଥବାରୁ ଏଥିରେ ଅତିଷ୍ଠ ହୋଇ ଗ୍ରାମବାସୀ ପାରଳାଖେମୁଣ୍ଡି ସ୍ଥିତ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ଫୋନ ମାଧ୍ୟମରେ ସମସ୍ୟା ଜଣାଇଥିଲେ। ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦେଶ ପରେ ଗ୍ରାମରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଓ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ ସାହୁ ପହଞ୍ଚି ଥିଲେ ।

ଉତ୍ତ୍ୟକ୍ତ ଗ୍ରାମବାସୀ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ଘେରାଉ କରିବା ସହ ଅଟକ ରଖ୍ ପଚରାଉଚରା କରିଥିଲେ । ଗ୍ରାମର ବିଦ୍ୟୁତ ଯୋଗାଣ ସମସ୍ୟା ନେଇ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ପଚାରିବାରେ କୌଣସି କାରଣରୁବୈଷୟିକ ତୃଟି ଯୋଗୁଁ ବିଦ୍ୟୁତ୍ ସରବାରାହ ସଠିକ୍ ଭାବେ ରହିପାରୁନାହିଁ । କର୍ମଚାରୀଙ୍କୁ କାମରେ ନିୟୋଜିତ କରାଯାଇଛି । ଶୀଘ୍ର ସମାଧାନ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏଭଳି ସ୍ଥିତିରେ ଉଚ୍ଚ ବିଭାଗୀୟ ପଦାଧୂକାରୀ ଦୃଷ୍ଟି ଦେବା ସହ ଦାୟୀତ୍ଵ ରେ ଅବହେଳା କରୁଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଦ୍ୟୁତ୍ ନିୟମିତ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Exit mobile version