ମୋହନା ରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି କାର୍ଯ୍ୟାଳୟ ଉଦଘାଟିତ …

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସଦର ଠାରେ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଉପସ୍ଥିତ ରହି କାର୍ଯ୍ୟାଳୟ କୁ ସବୁଜ ରଙ୍ଗର ରିବନ୍ କାଟି ଉଦଘାଟନ କରିଛନ୍ତି।ବିଜେଡି ଜିଲ୍ଲା ସଭାପତି ଙ୍କ ଦ୍ଵାରା ଉଦଘାଟିତ ହୋଇଥିବା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ଆଲୋଚନା।

ଏହି ଆଲୋଚନା ସମୟରେ ମୋହନା ଜୋନ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ, ବସନ୍ତ ଦତ୍ତ, ଜଡ଼ା ଗୌଡ଼, ଉପସଭାପତି ଦଣ୍ଡାସି ସାହୁ, ପ୍ରଫୁଲ୍ଲ ଲିମା, ବିଭୁ ଚରଣ ମଲ୍ଲିକ, ଦେବାନନ୍ଦ ନାୟକ, ପ୍ରଶାନ୍ତ ବୀର, କାଳିଆ ସାବତ, ଶିବ, ରାମ ଦଳବେହେରା, ଝୁମୁରୀ ବୀର, ହଡିଆ କନ୍ଧ, ବିଳାସ ନାୟକ , ଫିରୋଜ ପଟ୍ଟନାୟକ ଙ୍କ ସମେତ ବିଜୁ ଜନତା ଦଳର ଯୁବ, ମହିଳା,

ଛାତ୍ର ସମେତ କାନିଷ୍ଟ ଓ ବରିଷ୍ଟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଉପସ୍ଥିତ ଥିବା କର୍ମୀଙ୍କୁ ଗାଁ ଗାଁ ବୁଲି ନବୀନ ପଟ୍ଟନାୟକ ଉନ୍ନୟନ ମୂଳକ ଯୋଜନା ସମେତ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କ ନିମନ୍ତେ ଶଙ୍ଖ ଚିହ୍ନ ରେ ଭୋଟ ଦେବା ନିମନ୍ତେ ପ୍ରଚାର କରିବା ନିମନ୍ତେ ଅନୁରୋଧ କରିଥିଲେ।

Exit mobile version