ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୂଆ ଆଶ୍ରମ ସ୍କୁଲ୍ ପରିସରରେ ଗରମ ଡ଼ାଲି ହଣ୍ଡାରେ ପଡ଼ି ୫ ବର୍ଷ ନାବାଳିକାର ମୁତ୍ୟୁ

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ଆଶ୍ରମ ବିଦ୍ୟାଳୟ ପରିସରରେ ପିଲାଙ୍କ ପାଇଁ ରୋଷେୟା ରୋଷେଇ କରୁଥିବା ବେଳେ ଗରମ ଡ଼ାଲି ହଣ୍ଡାରେ ପଡ଼ି ୫ ବର୍ଷର ନାବାଳିକା ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ଆଶ୍ରମ ବିଦ୍ୟାଳୟରେ ରୋଷେୟା ଭାବେ କାମ କରନ୍ତି ଗାଣ୍ଡାଗୁଡ଼ା ଗ୍ରାମର ନମିତା ମଳିକ।

ସେ ଚଳିତ ମାସ ୧୬ ତାରିଖରେ ବିଦ୍ୟାଳୟ ପରିସରରେ ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତଃ ତାଙ୍କ ୫ ବର୍ଷର ଝିଅ ଯସ୍ମିନ୍ ମଳିକ ଗରମ ଡ଼ାଲି ହଣ୍ଡାରେ ପଡ଼ିଯାଇଥିଲେ। ଯାହାଫଳରେ ତାଙ୍କ ଶରୀରର ୮୦ରୁ ଉର୍ଦ୍ଧ୍ଵ ଭାଗ ପୋଡ଼ି ହୋଇଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା. ହେଲେ ବ୍ରହ୍ମପୁର ଡାକ୍ତରଖାନରେ ନାବାଳିକାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖା ନ ଯିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିଲା। ୭ ଦିନ ପରେ ଆଜି ଯସ୍ମିନର କଟକ ବଡ଼ ଡାକ୍ତରଖାନାରେ ମୁତ୍ୟୁ ଘଟିଥିବା ଜଣାପଡ଼ିଛି ।

Exit mobile version