ପାରଳାଖେମୁଣ୍ଡିରେ କଂଗ୍ରେସର ଦ୍ୱିତୀୟ ବିଶାଳ ଶକ୍ତି ପ୍ରଦର୍ଶନ

୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକଙ୍କୁ ବହୁ ଭୋଟରେ ନିର୍ବାଚନ କରିବା ପାଇଁ ଆଜି କଂଗ୍ରେସ ଦଳ ତରଫରୁ ପାରଳାଖେମୁଣ୍ଡି ସହରରେ ଦ୍ୱିତୀୟ ବିରାଟ ଶକ୍ତି ପ୍ରଦଶନ କରାଯାଇଛି. ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏହି ଶକ୍ତି ପ୍ରଦଶନ ପାଇଁ ଆୟୋଜିତ ବିରାଟ ରାଲି ସହର ପରିକ୍ରମା କରିଥିଲା.

ପାରଳା ଆସନରୁ ଏଥିରେ୧୫ ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ. କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଶକ୍ତି ପ୍ରଦଶନରେ ଏଆଇସିସିର ପର୍ଯ୍ୟବେକ୍ଷକ ଆର. ପି ସିଂ ଓ ମୁଖପାତ୍ର ପ୍ରଭାତ କୁମାରଙ୍କ ସହ ଚଳିତ ନିର୍ବାଚନର କଂଗ୍ରେସ ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, କଂଗ୍ରେସ ନେତା ବସନ୍ତ ପଣ୍ଡା, ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ.

Exit mobile version